Odisha Link
Bridging the Missing Links in Odisha

ଲଗାତାର ୨ୟ ବର୍ଷ ପାଇଁ ବନ୍ଦ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। କିଛି ରାଜ୍ୟ କରୋନା ମାମଲା କମିବାରୁ କଟକଣା କୋହଳ ମଧ୍ୟ କରିଛନ୍ତି। ଏସବୁ ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛି ଜମ୍ମୁ କଶ୍ମୀର ପ୍ରଶାସନ। ଗତଥର ଭଳି ଚଳିତଥର ବର୍ଷ ମଧ୍ୟ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ।

ଶ୍ରାଇନ୍ ବୋର୍ଡଠାରୁ ପରାମର୍ଶ ନେବା ପରେ ଅମରନାଥ ଯାତ୍ରାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ବନ୍ଧରେ ସୋମବାର ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ କରୋନା ଭାଇରସ୍ ଭଳି ମହାମାରୀ ସମୟରେ ଜୀବନ ବଞ୍ଚାଇବା ଜରୁରୀ। ଏଥିପାଇଁ ଚଳିତ ବର୍ଷ ଅମରନାଥ ଯାତ୍ରା ହେବ ନାହିଁ। ହେଲେ ସେ କହିଛନ୍ତି ଯେ ସାଙ୍କେତିକ ପୂଜା ହେବ। ଶ୍ରଦ୍ଧାଳୁଙ୍କ ପାଇଁ ସକାଳ ଓ ସନ୍ଧ୍ୟାରେ ଅନଲାଇନ୍ ଆଳତୀର ବନ୍ଦୋବସ୍ଥ କରାଯିବ।

ସୂଚନାଥାଉକି, ହିମାଳୟର ଶିଖରରେ ୩୮୮୦ ମିଟର୍ ଉଚ୍ଚତାରେ ଥିବା ଭଗବାନ ଶିବଙ୍କ ଗୁମ୍ଫା ମନ୍ଦିର ପାଇଁ ୫୬ ଦିନିଆ ଯାତ୍ରା ଜୁନ୍ ୨୮ ତାରିଖରୁ ପହଲଗାମ ଓ ବାଲଟାଲ ମାର୍ଗରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖରେ ଶେଷ ହୋଇଥାନ୍ତା। କିନ୍ତୁ ଏବେ ଏହି ଯାତ୍ରାକୁ ଚଳିତ ବର୍ଷ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.