Odisha Link
Bridging the Missing Links in Odisha

ବିଜେଡି ସରକାରକୁ ଅପଦସ୍ଥ କରୁଛନ୍ତି ଅରୂପ ପଟ୍ଟନାୟକ

ଚିହ୍ନା ପରିଚୟ ନଥିଲେ ଓଡ଼ିଶାରେ କୌଣସି ସରକାରୀ ସୁବିଧା ମିଳେନି ବୋଲି ଦୁଇବର୍ଷ ତଳେ ଖୋର୍ଦ୍ଧାର ଏକ ସଭାରେ କହି ସରକାରଙ୍କୁ ଅପଦସ୍ଥ କରିଥିଲେ ଅରୂପ। ଏବେ ସେଇ କଥାକୁ ପୁଣି ଦୋହରାଇଛନ୍ତି ବିଜେଡିର ଏହି ବରିଷ୍ଠ ନେତା ତଥା ମୁମ୍ବାଇର ପୂର୍ବତନ ପୁଲିସ କମିଶନର।

ଭୁବନେଶ୍ବର: ଦଳ ଓ ସରକାରଙ୍କ ଗରିମା ବଢ଼ାଇବା ଉଦ୍ୟମ କରି ଓଲଟା ଅଡ଼ୁଆରେ ପକାଉଛନ୍ତି “ଓଡ଼ିଶା ମୋ ପରିବାର” ରାଜ୍ୟ ଆବାହକ ଅରୂପ ପଟ୍ଟନାୟକ। ଦଳର ଦକ୍ଷତା ପ୍ରମାଣିତ କରିବାକୁ ଯାଇ ନିକଟରେ ସରକାରଙ୍କ ଅପାରଗତାକୁ ସାମନାକୁ ଅଆଣିଛନ୍ତି ଅରୂପ। ରାଜ୍ୟ ସରକାର ଓ ବରିଷ୍ଠ ଅଧିକାରୀମାନେ ଯାହା କରିପାରୁନାହାନ୍ତି ବିଜେଡି ଦଳ ତାହା କରି ଦେଖାଇଛି ବୋଲି ପରୋକ୍ଷରେ କହିଛନ୍ତି ଅରୂପ।

ଚିହ୍ନା ପରିଚୟ ନଥିଲେ ଓଡ଼ିଶାରେ କୌଣସି ସରକାରୀ ସୁବିଧା ମିଳେନି ବୋଲି ଦୁଇବର୍ଷ ତଳେ ଖୋର୍ଦ୍ଧାର ଏକ ସଭାରେ କହି ସରକାରଙ୍କୁ ଅପଦସ୍ଥ କରିଥିଲେ ଅରୂପ। ଏବେ ସେଇ କଥାକୁ ପୁଣି ଦୋହରାଇଛନ୍ତି ବିଜେଡିର ଏହି ବରିଷ୍ଠ ନେତା ତଥା ମୁମ୍ବାଇର ପୂର୍ବତନ ପୁଲିସ କମିଶନର।

ଘଟଣାଟି ଏହିପରି। ବଲିଉଡ୍‌ ତାରକା ଅକ୍ଷୟ କୁମାରଙ୍କ ଜଣେ ଗୃହ ସହାୟକଙ୍କ ପତ୍ନୀଙ୍କ, ଯାହାଙ୍କ ଘର ଗଞ୍ଜାମରେ, ଅସ୍ତ୍ରୋପଚାର ହୋଇଥିଲା। ଏ ନେଇ ଓଡ଼ିଶା ମୋ ପରିବାରର ଆବାହକ ଓ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ସମସ୍ତ ସହଯୋଗ କଲେ। ସଂଯୋଜକ ଅକ୍ଷୟ କୁମାରଙ୍କ ଠାରୁ ପ୍ରଶଂସା ସାଉଁଟିଥିଲେ ବୋଲି ଅରୂପ ଏକ ଚିଠିରେ ଜଣାଇଚନ୍ତି। ଚିଠିରେ ଚିଠି ସଂଖ୍ୟା ବା ତାରିଖ ନାହିଁ। ବିଜେଡି ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏହାକୁ ଛଡ଼ାଯାଇଛି।

ତେବେ ଅରୂପ ଚିଠିରେ ଯାହା ଲେଖିଛନ୍ତି ତାହା ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଦେଇଛି। ଅରୂପ ଯାହା ଲେଖିଛନ୍ତି ତାହାକୁ କ୍ରମରେ ସଜାଇଲେ ଏହିପରି ହେବ-

ଜଣେ ମହିଳା ଅସୁସ୍ଥ ହେଲେ। ତାଙ୍କୁ ସରକାରୀ ଡାକ୍ତରଖାନାରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଗଲା। ୪-୫ ଘଣ୍ଟା ବିତି ଯାଇଥିଲେ ବି ପରିବାର ଲୋକଙ୍କୁ କୌଣସି ତଥ୍ୟ ଦିଆଗଲାନାହିଁ। ମହିଳା ଜଣକ ଅକ୍ଷୟ କୁମାରଙ୍କ ସହାୟକଙ୍କ ପତ୍ନୀ। ଅକ୍ଷୟ କୁମାର ବ୍ୟସ୍ତ ହୋଇ ଓଡ଼ିଶାର ବିଭିନ୍ନ ସରକାରୀ ଅଧିିକାରୀଙ୍କୁ ଯୋଗାଯୋଗ କରି ମଧ୍ୟ ବିଫଳ ହୋଇଥିଲେ। ଶେଷରେ ସେ ବିଜୁ ଜନତା ଦଳର “ଓଡ଼ିଶା ମୋ ପରିବାର” ଆବାହକଙ୍କୁ ଯୋଗାଯୋଗ କରିଥିଲେ। ଆବାହକ ଗଞ୍ଜାମ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକଙ୍କୁ କହି ସମସ୍ତ ବ୍ୟବସ୍ଥା କରାଇଥିଲେ। ଏଥିପାଇଁ ସଂଯୋଜକଙ୍କୁ ଅକ୍ଷୟ କୁମାର କ୍ଷନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ଅରୂପ ସ୍ପଷ୍ଟ କରିଛନ୍ତି ଯେ ସରକାରୀ ଅଧିକାରୀ ସହଯୋଗ କଲେନାହିଁ, ସେ ନିଜେ (ଆବାହକ) ଓ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ଏହା କରାଇପାରିଲେ। ପ୍ରକାରାନ୍ତରେ ଦୁଇବର୍ଷ ତଳେ ଅରୂପ ଦେଇଥିବା ବିବାଦୀୟ ମନ୍ତବ୍ୟ ସତ ବୋଲି ଏହି ଚିଠି ମାଧ୍ୟମରେ ପ୍ରମାଣି କରିଛନ୍ତି। ଚିହ୍ନା ପରିଚୟ ନଥିଲେ ଅକ୍ଷୟ କୁମାରଙ୍କ ଭଳି ପ୍ରସିଦ୍ଧ ବ୍ୟକ୍ତି ମଧ୍ୟ ଓଡ଼ିଶାରେ ସହଯୋଗ ପାଇବା କଠିନ ବୋଲି ଅରୂପଙ୍କ ଚିଠି କହୁଛି।

Leave A Reply

Your email address will not be published.