ପେଟ୍ରୋଲ ପରେ ଶତକ ଟପିଲା ଡିଜେଲ
ଭୁବନେଣ୍ବର: ପେଟ୍ରୋଲ ପରେ ଏବେ ଶତକ ଟପିଲା ଡ଼ିଜେଲ ଦର। ଲଗାତାର ପେଟ୍ରୋଲ ଓ ଡ଼ିଜେଲ ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ସାଧାରଣ ଖାଉଟିଙ୍କ ପକେଟ ଉପରେ ପଡୁଛି। କୋରାପୁଟରେ ଡିଜେଲ ଦର ଶହେ ଟଙ୍କା ଅତିକ୍ରମ କରିଛି।
ଗତକାଲି ଡିଜେଲ ଦର ୯୯ ଟଙ୍କା ୭୫ ପଇସା ଥିବାବେଳେ ଆଜି ଏହା ୩୦ ପଇସା ବୃଦ୍ଧି ପାଇ ଶହେ ଟଙ୍କା ୫ ପଇସାରେ ପହଞ୍ଚିଛି। ମାଲକାନଗିରିର କାଲିମେଳା ପରେ ୨ୟ ଜିଲ୍ଲା ଭାବେ କୋରାପୁଟରେ ଶତକ ଛୁଇଁଛି ଡିଜେଲ। ଡିଜେଲ ଦାମ ବଢିବା ପରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି।