Odisha Link
Bridging the Missing Links in Odisha

ଡିସେମ୍ବର ସୁଦ୍ଧା ସାରା ଦେଶବାସୀଙ୍କୁ ଟିକାକରଣ କରାଯିବ: ଜେ. ପି ନଡ୍ଡା

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହର କୁମୁଥିବା ବେଳେ ତୃତୀୟ ଲହର ନେଇ ଆଶଙ୍କା କରାଗଲାଣି। କରୋନାକୁ ମାତ ଦେବା ପାଇଁ ସାରା ଦେଶରେ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାମମନୋହର ଲୋହିୟା ହସ୍ପିଟାଲ ଟିକାକରଣ କେନ୍ଦ୍ର ପରିଦର୍ଶନ ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ଭ୍ୟାକ୍ସିନ ଯୁକ୍ତ ଓ କରୋନା ମୁକ୍ତ ଭାରତ ପାଇଁ ଆମେ ବଦ୍ଧ ପରିକର। ଡିସେମ୍ବର ସୁଦ୍ଧା ୨୫୭ କୋଟି ଡୋଜ ଟିକା ଉତ୍ପାଦନ ନେଇ ଲକ୍ଷ୍ୟ ରହିଛି। ତେଣୁ ଡିସେମ୍ବର ସୁଦ୍ଧା ସାରା ଦେଶବାସୀଙ୍କୁ ଟିକାକରଣ କରାଯିବ ବୋଲି ନଡ୍ଡା କହିଛନ୍ତି।

ଏଥିସହ ଟିକାକୁ ନେଇ ବିରୋଧୀମାନଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସମାଲୋଚନା କରୁଥିବା ଦଳମାନେ ଏବେ ସ୍ୱୟଂ କ୍ୱାରେଣ୍ଟାଇନକୁ ଚାଲିଗଲେଣି। କିଛି କିଛି ଦଳର ଅବସ୍ଥା ଏମିତି ଯେ, ସେମାନେ ଆଇସିୟୁକୁ ଚାଲିଗଲେଣି।

Leave A Reply

Your email address will not be published.