Odisha Link
Bridging the Missing Links in Odisha

ଏଥର ବି ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା, ୨୩ ରାତିରୁ ଲାଗିବ ୧୪୪ ଧାରା

ପୁରୀ: ଜୁନ୍‌ ୨୪ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ଏହାକୁ ନଜରରେ ରଖି ୧୪୪ ଧାରା ଲାଗୁ କରିବା ପ୍ରଶାସନ। ଆସନ୍ତାକାଲି ଅର୍ଥାତ୍‌ ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ସକାଳ ଯାଏଁ ୧୪୪ ଧାରା ଜାରି କରିଛି ପ୍ରଶାସନ।

ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇ କହିଛନ୍ତି ଯେ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବଂ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପୁରୀ ପ୍ରବେଶ ପାଇଁ ଅନୁମତି ରହିବ। ଆଦେଶ ଉଲଙ୍ଘନ କଲେ ଆଇନ ଅନୁଯାୟୀ କାଯର୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଦେବସ୍ନାନ ପୂର୍ଣ୍ଣିମା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୨୪ରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ପଡୁଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନ୍ୟପଟେ ରାଘବଦାସ ମଠ ଓ ଗୋପାଳତୀର୍ଥ ମଠ ପକ୍ଷରୁ ହାତୀ ବେଶର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଦୁଇ ମଠ ପକ୍ଷରୁ ଶ୍ରୀଜିଉମାନଙ୍କ ହାତୀ ବେଶ ଏବଂ ମହାପ୍ରଭୁଙ୍କ ପହଣ୍ଡି ପାଇଁ ଟାହିଆ ପ୍ରସ୍ତୁତ କରାଯାଇଥାଏ।

Leave A Reply

Your email address will not be published.