Odisha Link
Bridging the Missing Links in Odisha

ବିନା ଭକ୍ତରେ ହେବ ଅଲାରନାଥଙ୍କ ଅଣସର ଦର୍ଶନ

ବ୍ରହ୍ମଗିରି: ଚଳିତବର୍ଷ ବିନା ଭକ୍ତରେ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ। ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉମାନେ ଶ୍ରୀମନ୍ଦିରର ସ୍ନାନବେଦୀରେ ମହାସ୍ନାନ ପରେ ଅଣସର ପିଣ୍ଡିକୁ ବିଜେ କରିବେ। ଶ୍ରୀଜିଉମାନେ ଅଣସର ପିଣ୍ଡିରେ ଦୀର୍ଘ ୧୫ ଦିନ ଅବସ୍ଥାନ କରିବେ। ଏହି ସମୟରେ ଦଇତାପତି ସେବକମାନେ ଶ୍ରୀଜିଉମାନଙ୍କର ଅଣସର ସେବା କରିବେ। ଏହି ସମୟରେ କେବଳ ଦଇତାପତି ସେବକ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ।

ଶ୍ରୀଜିଉଙ୍କ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନେ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଇଛି। ଏଥର ବିନା ଭକ୍ତରେ ଶ୍ରୀ ଅଲାରନାଥଙ୍କ ଅଣସର ନୀତିକାନ୍ତି ଅନୁଷ୍ଠିତ ହେବ।

ପୁରୀ ଉପଜିଲ୍ଲାପାଳ ଭବଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସେବାୟତ ନିଯୋଗ, ଉନ୍ନୟନ ପରିଷଦ ଓ ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। କୋଭିଡ କଟକଣା ଯୋଗୁଁ ଶ୍ରୀଜିଉଙ୍କ ଦର୍ଶନ ଭକ୍ତମାନେ କରିପାରିବେ ନାହିଁ। ଆସନ୍ତା ୨୫ ତାରିଖ ଭୋରରୁ ରଥଯାତ୍ରା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ପୀଠ ଚାରିପଟେ ୧୪୪ ଧାରା ଜାରି କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ମନ୍ଦିର ଚାରିପଟେ ବେରିକେଡ ଲଗାଯିବା ସହ ୨୪ ଘଣ୍ଟିଆ ମୁତୟନ ରହିବେ

Leave A Reply

Your email address will not be published.