Odisha Link
Bridging the Missing Links in Odisha

ଶରଦଙ୍କ ଘରେ ଆଜି ‘ପାଓ୍ବାର’ ବୈଠକ, ଏକାଠି ହେବେ ୧୫ଟି ଦଳର ନେତା

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଶରଦ ପାଓ୍ବାର ଓ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ୨-୨ଥର ସାକ୍ଷାତ ପରେ ଜାତୀୟ ରାଜନୀତିରେ ହଟଚମଟ। ଏସବୁ ମଧ୍ୟରେ ଆଜି ଅପରାହ୍ନ ୪ଟା ସମୟରେ ବିରୋଧୀ ମେଣ୍ଟକୁ ନେଇ ରାଷ୍ଟ୍ରମଞ୍ଜ ବୈଠକ ଅନୁଷ୍ଠିତ ହେବ। ଏଥିରେ ସାମିଲ ହେବେ ୧୫ ଦଳର ନେତା। ଦିଲ୍ଲୀରେ ଥିବା ଶରଦଙ୍କ ବାସଭବନରେ ଏହି ବୈଠକ ହେବ। ହେଲେ ସବୁଠୁ ବଡ଼କଥା ହେଲା କଂଗ୍ରେସକୁ ନିମନ୍ତ୍ରଣ କରାଯାଇ ନାହିଁ। ତେବେ ଏହି ବୈଠକରେ ବିଜେଡ଼ି ସାମିଲ ନହେବାର ସମ୍ଭାବନା ରହିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ ପାଇଁ ଶରଦ ପାଓ୍ବାର, ମମତା ବାନାର୍ଜୀ ଓ ପ୍ରଶାନ୍ତ କିଶୋର ମିଶି ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛନ୍ତି। ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକରେ ବହୁ ବୁଦ୍ଧିଜୀବି, ବରିଷ୍ଠ ସାମ୍ବାଦିକ ବୈଠକରେ ଉପସ୍ଥିତ ରହିବେ ବୋଲି ଜଣା ପଡ଼ିଛି।

ଏପରିକି କିିଛି ରାଜନୈତିକ ଦଳର ନେତାଙ୍କ ବ୍ୟତୀତ, ଜାଭେଦ ଅଖତାର, କରନ ଥାପର, ପ୍ରୀତିଶ ନନ୍ଦୀ, ଆଶୁତୋଷ, ଅର୍ଥଶାସ୍ତ୍ର ବିଶେଷଜ୍ଞ ଅରୁଣ କୁମାର ମଧ୍ୟ ଏହି ହାଇ ପ୍ରୋଫାଇଲ ବୈଠକରେ ଉପସ୍ଥିତ ରହିବେ।

ଏହି ବୈଠକକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ଶରଦ ପାଓ୍ବାର ଆଜି ରାଷ୍ଟ୍ରମଞ୍ଚ ନେତାଙ୍କ ସହିତ ସାକ୍ଷାତ କରିବେ। ସେ ଜଣେ ବଡ଼ ନେତା ବହୁ ନେତା ବିଭିନ୍ନ ବିଷୟରେ ତାଙ୍କଠୁ ପରାମର୍ଶ ନେଇଥାନ୍ତି। ସେ ଆହୁରି କହିଛନ୍ତି ଯେ, ଏହି ବୈଠକକୁ ବିପକ୍ଷ ଦଳ ବୈଠକ କହିବି ନାହିଁ କାରଣ ସପା, ବିଏସପି, ଓ‌ବାଏସଆରସିପି,ଟିଡିପି ଓ ଟିଆରଏସ୍‌ ଦଳ ଏହି ବୈଠକରେ ସାମିଲ ହେବେ ନାହିଁ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆଜିର ହାଇଭୋଲଟେଜ ବୈଠକରେ ମୁଖ୍ୟତଃ ୪ଟି ବିଷୟ ଉପରେ ଆଲୋଚନା କରାଯିବ। ବର୍ତ୍ତମାନ ସମସୟର ରାଜନୈତିକ ସ୍ଥିତି, ଦେଶର ଆର୍ଥିକ ସ୍ଥିତି, ବିପକ୍ଷଦଳର ଭୂମିକା ଓ ୨୦୨୪ ନିର୍ବାଚନ ପାଇଁ କ’ଣ ରହିବ ରୋଡ ମ୍ୟାପ୍‌ ଉପରେ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ, ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପାୱାରଙ୍କୁ ଭେଟିବା ପରେ ବିରୋଧୀଙ୍କ ବୈଠକ ଖବର ପଦାକୁ ଆସିଛି। ତେବେ ବିଜେପି ବିରୋଧରେ ତୃତୀୟ ସାମ୍ମୁଖ୍ୟ ଗଠନ ନିଷ୍ଫଳ ଉଦ୍ୟମ ବୋଲି ସେ କହିଛନ୍ତି। ପାୱାରଙ୍କ ନେତୃତ୍ବରେ ହେଉଥିବା ବୈଠକରେ ସେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.