Odisha Link
Bridging the Missing Links in Odisha

ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ବର: ବିଳମ୍ବ ହୋଇପାରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ। ରାଜ୍ୟ ସରକାର ତାଙ୍କ କାମ ଶେଷ କରିନଥିବାରୁ ବିଳମ୍ବ ହୋଇପାରେ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ୧୦ ମାର୍ଚ୍ଚ ୨୦୨୨ରେ ଶେଷ ହେବ। ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ସରିବା କଥା। ଏ ଦୁଇଟି କାମ ସାରିବାକୁ ରାଜ୍ୟ ସରକାରଙ୍କୁ ଆମେ ଚିଠି କରିଛୁ। ଏ ଦୁଇଟି କାର୍ଯ୍ୟ ସରିଲେ କମିଶନ ନିର୍ବାଚନ ପାଇଁ ପଦକ୍ଷେପ ନେବେ। ଏଯାଏ ସୀମା ପୁନଃ ନିର୍ଦ୍ଧାରଣ, ସଂରକ୍ଷଣ କାର୍ଯ୍ୟ କରାଯାଇନାହିଁ। ସେ ଦୃଷ୍ଟିରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ସମ୍ଭାବନା ଥିବା ଜଣାପଡ଼ୁଛି ବୋଲି ସେ କହିଛନ୍ତି।

ସୂଚନାଥାଉକି, ରାଜ୍ୟ ନିର୍ବାଚନ କମିଶନ ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସାରୁନାହାନ୍ତି ରାଜ୍ୟ ସରକାର। ମାର୍ଚ୍ଚ ୧୦ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ପଂଚାୟତିରାଜ ବିଭାଗକୁ ଲେଖିଥିବା ଚିଠିରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଓ୍ୱାର୍ଡ ସୀମାପୁନନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଗତ ଏପ୍ରିଲ୍ ୩୦ ତାରିଖ ସୁଦ୍ଧା ସାରିବାକୁ କୁହାଯାଇଥିଲା।

Leave A Reply

Your email address will not be published.