Odisha Link
Bridging the Missing Links in Odisha

ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ପିଲାଙ୍କ ହିତଙ୍କୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିବା ନେଇ କହିଛନ୍ତି ସୁପ୍ରିମକୋର୍ଟ। ତେବେ ମୂଲ୍ୟାୟନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କୋର୍ଟ ଯାଇଥିଲେ ଛାତ୍ରଛାତ୍ରୀ। ଦାଏର ହୋଇଥିଲା ଏକାଧିକ ମାମଲାକୁ ଆଜି ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ସୂଚନାଯୋଗ୍ୟ, ସିବିଏସଇ ବୋର୍ଡର ଦ୍ୱାଦଶ ମାର୍କସିଟ୍ ପ୍ରସ୍ତୁତ କରିବାକୁ ନେଇ ଗଠିତ ୧୩ ଜଣିଆ କମିଟି ଗୁରୁବାର ଦିନ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲା। ସୁପ୍ରିମକୋର୍ଟରେ ମୂଲ୍ୟାୟନର ରୂପରେଖ ଉପସ୍ଥାପନ କରିଥିଲା ସିବିଏସଇ। ୩୦:୩୦:୪୦ ଅନୁପାତରେ ମାର୍କ ଦିଆଯିବ ବୋଲି ଜଣାଇଥିଲା ସିିବିଏସଇ।

ସିବିଏସଇ ମତରେ ଦଶମ, ଏକାଦଶ ଓ ଦ୍ୱାଦଶର ପ୍ରି ବୋର୍ଡର ଫଳାଫଳ ଦ୍ୱାଦଶ ଫାଇନାଲ ରେଜଲ୍ଟର ଆଧାର ହେବ। ଜୁଲାଇ ୩୧ ତାରିଖରେ ସିବିଏସଇର ରେଜଲ୍ଟ ପ୍ରକାଶ ପାଇବ। ଦଶମରୁ ୩୦%, ଏକାଦଶ ପ୍ରଦର୍ଶନରୁ ୩୦% ନମ୍ବର ଦିଆଯିବ ଦଶମ ଓ ଏକାଦଶର ୩ଟି ଲେଖାଏଁ ବିଷୟର ସର୍ବାଧିକ ନମ୍ବର ବିଚାର ହେବ। ଦ୍ୱାଦଶ ଶ୍ରେଣୀ ୟୁନିଟ୍, ଟର୍ମ ଓ ପ୍ରାକ୍ଟିକାଲରୁ ୪୦% ନମ୍ବର ଦିଆଯିବ।

Leave A Reply

Your email address will not be published.