Odisha Link
Bridging the Missing Links in Odisha

ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ୩୦% ସିଲାବସ୍ ହ୍ରାସ କରାଯିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ କମିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ରାଜ୍ୟରେ ୨ୟ ଲହର ପ୍ରଭାବ କମିନ ଥିବା ବେଳେ ତୃତୀୟ ଲହର ଆଶଙ୍କା କରାଗଲାଣି। ଏପରି ପରିସ୍ଥିତିରେ ସ୍କୁଲ କେବେ ଖୋଲିବ ଜଣା ନାହିଁ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ବି ହ୍ରାସ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ନବମ ଓ ଦଶମ ଶ୍ରେଣୀର ୩୦% ସିଲାବସ୍ ହ୍ରାସ କରାଯିବ। ମନ୍ତ୍ରୀ କହିଥିଲେ, ସ୍କୁଲ ଖୋଲିବା ନିଷ୍ପତ୍ତି ଏ ଯାଏଁ ହୋଇନି। ଅନଲାଇନ୍‌ରେ ସ୍କୁଲ ପିଲାଙ୍କୁ ପାଠ ପଢ଼ାଯାଉଛି। ଅନଲାଇନ୍ ଶିକ୍ଷା ସବୁ ପିଲାଙ୍କ ପାଖରେ ପହଞ୍ଚିବା ସମ୍ଭବ ନୁହେଁ। ତେଣୁ ଚଳିତ ବର୍ଷ ବି ସିଲାବସ୍ କମେଇବା ନିଷ୍ପତ୍ତି ହୋଇଛି।

ମହାମାରୀ ଯୋଗୁ ସ୍କୁଲ, ଟିଉସନ ସବୁ ବନ୍ଦ କରାଯାଇଛି। ଏଇ ପରିପ୍ରେକ୍ଷୀରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ୟୁ ଟ୍ୟୁବରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ଜୁଲାଇ ୩୧ ଯାଏଁ ଚାଲିବ। ସୋମବାରରୁ ଶୁକ୍ରବାର ସକାଳ ୧୦ଟା ୪୫ରୁ ଅପରାହ୍ଣ ଗୋଟାଏ ଯାଏଁ ଦିନକୁ ୪ଟି ପିରିୟଡ୍ ହେବ। ୟୁଟ୍ୟୁବରେ ଯେଉଁ ବିଷୟ ପଢାଯିବ, ତାହା ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ଦେଖିବେ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ୱନ୍ଦ୍ୱକୁ ଚାଟ୍ ଓ ଭଏସ କଲ୍ ମାଧ୍ୟମରେ ଦୂର କରିବେ।

ସେହିପରି ଜୁଲାଇ ୭ ତାରିଖ ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ହେବ। ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୯ଟାରୁ ୧୦ଟା ଯାଏ ଏବଂ ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯନ୍ତ ପିଲାଙ୍କ ଲାଗି ସକାଳ ୯ଟାରୁ ୧୦ଟା ୩୦ ଯାଏ ହେବ।

Leave A Reply

Your email address will not be published.