Odisha Link
Bridging the Missing Links in Odisha

ଦେଶର ନାଁ ପରିବର୍ତ୍ତନ ପାଇଁ କଙ୍ଗନାଙ୍କ ଦାବି, କହିଲେ ଗୁଲାମଗିରିର ପରିଚୟ ହେଉଛି ଇଣ୍ଡିଆ

ନୂଆଦିଲ୍ଲୀ: ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡର ଅଭିନେତ୍ରୀ କଙ୍ଗନା ରଣାୱତ। କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଥିବା ବେଳେ ସେ ନିଜର ଇନଷ୍ଟାଗ୍ରାମରେ ମତ ପ୍ରକାଶ କରୁଛନ୍ତି। ଏବେ କଙ୍ଗନା କହିଛନ୍ତି ଯେ, ଦେଶର ନାମ ଇଣ୍ଡିଆରୁ ପରିବର୍ତ୍ତନ ହୋଇ ଭାରତ ହେବା ଉଚିତ ବୋଲି ନିଜର ମତ ରଖିଛନ୍ତି।

କଙ୍ଗନା ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରି ଲେଖିଛନ୍ତି, ‘ବ୍ରିଟିଶମାନେ ଆମକୁ ଦାସତ୍ୱର ନାମ ଇଣ୍ଡିଆ ଦେଇଛନ୍ତି। ଯାହାର ଶବ୍ଦର ଅର୍ଥ ହେଉଛି ସିନ୍ଧୁ ନଦୀର ପୂର୍ବ। କ’ଣ ଆପଣ ପ୍ରକୃତରେ କୌଣସି ଛୋଟ ପିଲାକୁ ନାକ କିମ୍ବା ଦ୍ୱିତୀୟ ଜନ୍ମ କିମ୍ବା ସି ସେକ୍ସନ କିହିବେ? ଏହା କି ପ୍ରକାର ନାମ? ମୁଁ ଆପଣଙ୍କୁ ତିନୋଟି ସଂସ୍କୃତ ଶବ୍ଦ ଭରତର ଅର୍ଥ କହିବି। ଭା (ଭାବ), ରା (ରାଗ), ତା (ତାଳ)। ଆମେ ଦାସ ହେବା ପୂର୍ବରୁ ଏହା ହିଁ ଥିଲୁ।‘

କଙ୍ଗନା ଆହୁରି ମଧ୍ୟ କହିଛନ୍ତି, ‘ସାଂସ୍କୃତିକ ଏବଂ ସୌନ୍ଦର୍ଯ୍ୟଗତ ଭାବରେ ବିକଶିତ ସଭ୍ୟତା। ପ୍ରତ୍ୟେକ ନାମର ଏକ ସ୍ପନ୍ଦନ ହୋଇଥାଏ ଏବଂ ବ୍ରିଟିଶମାନେ ଏହା ଜାଣିଥିଲେ ତେଣୁ ସେମାନେ କେବଳ ସ୍ଥାନ ନୁହେଁ ଲୋକଙ୍କୁ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ମାରକୀକୁ ମଧ୍ୟ ନୂତନ ନାମ ଦେଇଥିଲେ । ଆମକୁ ଆମର ହଜିଯାଇଥିବା ଗୌରବ ଫେରି ପାଇବାକୁ ପଡିବ, ଚାଲ ଭାରତ ନାମରୁ ଆରମ୍ଭ କରିବା।‘

Leave A Reply

Your email address will not be published.