Odisha Link
Bridging the Missing Links in Odisha

ବରଯାତ୍ରୀଙ୍କୁ ଖାସି ମାଂସ ମିଳିଲାନି ବୋଲି ଭାଙ୍ଗିଗଲା ବାହାଘର

ସୁକିନ୍ଦା: ଖାସି ପାଇଁ ଭାଙ୍ଗିଲା ବାହାଘର। ବରଯାତ୍ରୀଙ୍କୁ ଖାସି ମାଂସ ନଦେବାରୁ ଫେରିଗଲା ବର। ଏଭଳି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁ ପଞ୍ଚାୟତ ମାନତିରା ଗାଁରେ।

ସୂଚନା ମୁତାବକ, ମାନତିରା ଗାଁର କାଳନ୍ଦି ପାତ୍ର ଝିଅର ବାହାଘର କେନ୍ଦୁଝର ଜିଲ୍ଲା ରେବେଣା ପଳାଶପାଳର ଉମାକାନ୍ତଙ୍କ ସହ ଠିକ୍ ହୋଇଥିଲା। କରୋନା କଟକଣାକୁ ମାନି କମ ଲୋକରେ ବାହାଘର କରିବାକୁ କନ୍ୟା ପିତା ସମସ୍ତ ପ୍ରସ୍ତୁତି କରି ସାରିଥିଲେ। ବରଯାତ୍ରୀ ସହ ବର ମଧ୍ୟ ଆସି ସାରିଥିଲା।

କିଛି ସମୟ ପରେ ହୋଇଥାନ୍ତା ବାହାଘର ମାତ୍ର ବରଯାତ୍ରୀଙ୍କ ପାଇଁ ଖାଇବାକୁ ଖାସି ମାଂସ ହୋଇ ନଥିବାରୁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ଯୁକ୍ତିତର୍କ ଏତେ ବଢ଼ିଗଲା ଯେ, ଏହାକୁ କେନ୍ଦ୍ର କରି ବର ବେଦୀରୁ ଉଠି ପଳେଇଥିଲେ। ଫଳରେ ଅଧାରେ ରହିଗଲା ବାହାଘର।

Leave A Reply

Your email address will not be published.