Odisha Link
Bridging the Missing Links in Odisha

ସେପ୍ଟେମ୍ବର ସୁଦ୍ଧା ଶିଶୁମାନଙ୍କୁ ଟିକାକରଣ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁମାନଙ୍କୁ କରାଯିବ ଟିକାକରଣ। ଏନେଇ ଦିଲ୍ଲୀ ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି। କୋଭିଡ ୧୯ ଟାସ୍କଫୋର୍ସ ସଦସ୍ୟ ଗୁଲେରିଆ କହିଛନ୍ତି, ସେପ୍ଟେମ୍ବର ସୁଦ୍ଧା କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ସରିବ। ଏହାସହ ସେହି ମାସରେ ଏହାକୁ ମଞ୍ଜୁରୀ ମିଳିବ। ଫଳରେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କୁ ଟିକାକରଣ ପ୍ରକ୍ରିୟା ସମ୍ଭାବନା ରହିଛି ।

ଦେଶରେ ଫାଇଜର ବାୟୋଏନଟେକର ଭାକ୍ସିନକୁ ସବୁଜ ସଂକେତ ମିଳଳିଲେ ଶିଶୁମାନଙ୍କ ଲାଗି ଏହା ଏକ ବିକଳ୍ପ ହେବ। ଦିଲ୍ଲୀ ଏମସ ପକ୍ଷରୁ ଶିଶୁଙ୍କ କ୍ଷେତ୍ରରେ ଏହାର ସ୍କ୍ରିନିଂ କରାଯାଉଛି। ୨ରୁ ୧୭ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ଏହାର ଟ୍ରାଏଲ ଚାଲିଛି। ଗତ ମେ ୧୨ ତାରିଖରେ ଶିଶୁଙ୍କ କ୍ଷେତ୍ରରେ କୋଭାକ୍ସିନର ଫେଜ ୨ ଟ୍ରାଏଲ କରିବା ଲାଗି ଡିସିଜିଆଇ ଭାରତ ବାୟୋଟେକକୁ ଅନୁମତି ଦେଇଛି।

Leave A Reply

Your email address will not be published.