ପୁଣି ବଢ଼ିଲା ତୈଳ ଦର
![](https://www.odishalink.com/wp-content/uploads/2020/01/petrol_diesel.jpg)
ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ବଜାରରେ ତେଲ ଦର ବ୍ୟାରେଲ ପିଛା ୭୫ ଡଲାର ଟପିଛି। ବିଗତ ଦୁଇ ବର୍ଷ ମଧ୍ୟରେ ଏହି ଦର ସର୍ବାଧିକ ହୋଇଛି। ଅଶୋଧିତ ତେଲର ଦାମ ବଢ଼ିବାର ପ୍ରଭାବ ଏବେ ଘରୋଇ ବଜାରରେ ପଡ଼ିଛି। ଯେଉଁଥିପାଇଁ ଆଜି ପେଟ୍ରୋଲ ଲିଟର ପିଛା ୨୬ ପଇସା ଏବଂ ଡିଜେଲ ଲିଟର ପିଛା ପଇସା ବଢ଼ିଛି।
ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଜମ୍ମୁ କଶ୍ମୀର ଏବଂ ଲଦାଖରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭.୭୬ ପଇସା ହୋଇଥିବା ବେଳେ ଡିଜେଲ ୮୬.୩୦ ପଇସା ହୋଇଛି। ମେ ୪ରୁ ଦେଶରେ ଡିଜେଲ ଦର ୭.୫୨ ପଇସା ଲିଟର ପିଛା ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ ଲିଟ ପିଛା ୭.୪୪ ପଇସା ବୃଦ୍ଧି ପାଇଛି।
ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରେଲ ଦର ଲିଟର ପିଛା ୧୦୮.୯୪ ପଇସା ଛୁଇଁଥିବା ବେଳେ ମଧ୍ୟପ୍ରଦେଶର ୧୦୮.୫୬, ରିବାରେ ୧୦୮.୨, ଇନ୍ଦୋରରେ ୧୦୬.୦୬ , ଭେପାଳରେ ୧୦୫.୯୯, ପରଭଣିରେ ୧୦୪.୯୮, ଜୟପୁରରେ ୧୦୪.୪୪ , ମୁମ୍ୱାଇରେ ୧୦୩.୮୯, ବେଙ୍ଗାଲୁରୁରେ ୧୦୧.୦୩ ରହିଛି।