Odisha Link
Bridging the Missing Links in Odisha

ଆସିଲେନି ବର୍ଷା, ଅନୁଭବ ନିରାଶ ହୋଇ ଫେରିଲେ

ଏହାପୂର୍ବରୁ ଅର୍ଥାତ୍‌ ଜାନୁଆରୀ ମାସରେ ଅନୁଭବ ମହାନ୍ତି ମଧ୍ୟସ୍ଥ କେନ୍ଦ୍ରକୁ ଆସିନଥିଲେ।

କଟକ: ଓଡ଼ିଶାର ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି। ବହୁ ଚେଷ୍ଟା ସତ୍ତ୍ବେ ମଧ୍ୟ ଏ ପର୍ଯ୍ୟନ୍ତ ବିବାଦର କୌଣସି ସମାଧାନ ହୋଇପାରି ନାହିଁ। ଏସବୁ ମଧ୍ୟରେ ମଧ୍ୟସ୍ଥତା କେନ୍ଦ୍ରକୁ ବର୍ଷା ପ୍ରିୟଦର୍ଶନୀ ଆସୁନଥିବାର କହିଛନ୍ତି ଅନୁଭବ।

ଗୁରୁବାର ମଧ୍ୟସ୍ଥା କେନ୍ଦ୍ରରେ ବର୍ଷା ପ୍ରିୟଦର୍ଶିନୀ ହାଜିର ନହେବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ବାରମ୍ବାର ନୋଟିସ୍‌ ସତ୍ତ୍ବେ ବି ବର୍ଷା ଆସୁନଥିବା କହିଲେ ଅନୁଭବ। କାଲି ଆସିଥିଲି ସେ ଆସିଲେନି। ଆଜି ବି ଆସିଥିଲି ସେ ଆସିଲେନି। ସୋସିଆଲ ମିଡିଆ ପାଇଁ ବହୁତ ସମୟ ପାଉଛନ୍ତି। ଅଥଚ କୋର୍ଟକୁ ଆସିବାକୁ ସମୟ ନାହିଁ । ଜାଣିଶୁଣି ମାମଲାକୁ ସାରିବାକୁ ସେ ଚାହୁଁନଥିବା ବୋଲି କହିଛନ୍ତି ଅନୁଭବ।

ଅନ୍ୟପଟେ ମଧ୍ୟସ୍ଥ କେନ୍ଦ୍ରକୁ କ’ଣ ପାଇଁ ବର୍ଷା ଆସିନାହାନ୍ତି ସେ ନେଇ ବର୍ଷା ପ୍ରଦୀିୟର୍ଶନଙ୍କଠୁ କିଛି ପ୍ରତିକ୍ରିୟା ମିଳି ପାରିନାହିଁ। ସୂଚନାଥାଉକି, ଏହାପୂର୍ବରୁ ଅର୍ଥାତ୍‌ ଜାନୁଆରୀ ମାସରେ ଅନୁଭବ ମହାନ୍ତି ମଧ୍ୟସ୍ଥ କେନ୍ଦ୍ରକୁ ଆସିନଥିଲେ। ଅଭିନେତା-ସାଂସଦ ଅନୁଭବ ମହାନ୍ତି ଓ ତାଙ୍କର ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ପ୍ରଥମ ଥର ପାଇଁ ୨୦୨୦ ମସିହା ସେପ୍ଟେମ୍ବର ମାସରେ ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.