Odisha Link
Bridging the Missing Links in Odisha

ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶ

ପୁରୀ: ଆଜି ପବିତ୍ର ସ୍ନାନପୂର୍ଣ୍ଣିମା। ଏହି ଅବସରରେ ୧୦୮ ଗରା ପବିତ୍ର ଜଳରେ ଶ୍ରୀଜୀଉ ସ୍ନାନବେଦୀରେ ମହାସ୍ନାନ କରିଛନ୍ତି। ସ୍ନାନ  ପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାରାଷ୍ଟ୍ରର ଗଣପତି ଉପାସକ ଗଣପତି ଭଟ୍ଟଙ୍କୁ ପ୍ରଥମେ ଗଜାନନ ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ। ସେହି ଦିନଠାରୁ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଗଜାନନବେଶ ଅନୁଷ୍ଠିତ ହୋଇଆସୁଛି।

ଏହି ବେଶପାଇଁ ପ୍ରଭୁ ବଳଭଦ୍ରଙ୍କ ପାଇଁ ଗୋପାଳତୀର୍ଥ ମଠରୁ ଓ ପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ପାଇଁ ରାଘବଦାସ ମଠରୁ ବେଶସାମଗ୍ରୀ ଆସିଥାଏ।

ଅନ୍ୟପଟେ ଆଜି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଛେରାପହରା କରିନାହାନ୍ତି। ଗଜପତିଙ୍କ ତରଫରୁ ତାଙ୍କ ପ୍ରତିନିଧି ମୁଦିରସ୍ତ ସ୍ନାନ ମଣ୍ଡପରେ ଛେରା ପହରା କରିଛନ୍ତି। ସୂଚନାଯୋଗ୍ୟ ଯେ, କରୋନା କଟକଣା ଦୃଷ୍ଟିରୁ ଗତ ବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି।

ଆଜି ବ୍ରାହ୍ମ ମୂହୂର୍ତ୍ତରେ ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ରତ୍ନ ସିଂହାସନରୁ ପ୍ରଥମେ ସୁଦର୍ଶନ, ତାଙ୍କ ପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଥିଲେ। ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ନୀତିକାନ୍ତି ପରେ ସ୍ନାନ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.