Odisha Link
Bridging the Missing Links in Odisha

ଅମ୍ବାନୀଙ୍କ ବଡ଼ ଘୋଷଣା, ଗଣେଶ ପୂଜାରେ ବଜାରକୁ ଆସିବ ‘ଜିଓଫୋନ୍‌ ନେକ୍ସଟ’

ମୁମ୍ବାଇ: ରିଲିୟାନ୍ସ ଜିଓର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା। କମ୍ପାନୀର ୪୪ ତମ ବାର୍ଷିକ ସମ୍ମିଳନୀରେ ଭାରତକୁ ୨ଜି ମୁକ୍ତ ଓ ୫ଜି ଯୁକ୍ତ କରିବାକୁ ସଂକଳ୍ପ ନେଇଥିବା ଅମ୍ବାନୀ କମ୍ପାନୀର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। ବଜାରରେ ଜିଓଫୋନ୍‌ ନେକ୍ସଟ୍‌ ନାଁରେ ଏକ ମୋବାଇଲ ଫୋନ୍‌ ଲଞ୍ଚ କରିବ ଜିଓ।

ଏହି ସ୍ମାର୍ଟଫୋନକୁ ଜିଓ ଓ ଗୁଗଲ ମିଳିତ ଭାବେ ନିର୍ମାଣ କରିଛନ୍ତି। ଏହାର ଦାମ ଖୁବ କମ ରହିବ। ସେହିପରି ସ୍ମାର୍ଟଫୋନରେ ଗୁଗଲ ଓ ଜିଓର ସମସ୍ତ ଫିଚର ଏଥିରେ ରହିବ। ସେପ୍ଟେମ୍ବର ୧୦ରୁ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

ସେ ଘୋଷଣା କରିବା ଅବସରରେ କହିଛନ୍ତି ଯେ, ସମସ୍ତେ ସ୍ମାର୍ଟ ମୋବାଇଲ ଧରିବା ଭଳି ବ୍ୟବସ୍ଥା ଜିଓ ସବୁବେଳେ କରି ଆସିଛି। ଆଣ୍ଡରଏଡ ଭର୍ସନର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା ଜିଓଫୋନ ନେକ୍ସଟ ଗଣେଷ ପୂଜା ଅର୍ଥାତ ସେପ୍ଟେମ୍ବର ୧୦ରେ ବଜାରକୁ ଆସିବ। ଏହାର ଦାମ ସମସ୍ତଙ୍କୁ ସୁହାଇବ ବୋଲି ଅମ୍ବାନୀ କହିଛନ୍ତି।

Leave A Reply

Your email address will not be published.