Odisha Link
Bridging the Missing Links in Odisha

ସ୍ବତନ୍ତ୍ର ଟ୍ରେନରେ କାନପୁର ଯିବେ ରାଷ୍ଟ୍ରପତି, ଏମିତି ରହିଛି ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା କରିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏକ ସ୍ବତନ୍ତ୍ର ଟ୍ରେନରେ ଦିଲ୍ଲୀରୁ କାନପୁର ଯାତ୍ରା କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶରେ ଥିବା ନିଜ ଗ୍ରାମକୁ ଟ୍ରେନ୍‌ ଯୋଗେ ଯାତ୍ରା କରିବେ ରାଷ୍ଟ୍ରପତି। ଟ୍ରେନର ସୁରକ୍ଷା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନାଥାଉକି, ରାଷ୍ଟ୍ରପତି ଯେଉଁ ଟ୍ରେନରେ ଯିବେ, ତାହା ପ୍ରେସିଡେନ୍ସିଆଲ୍ ଟ୍ରେନ୍ ଅଟେ।

କଡ଼ା ସୁରକ୍ଷାର ସହ ଟ୍ରେନ୍‌ଟି ଯାତ୍ରା କରିବ। ଏନଏସଜି କମାଣ୍ଡୋଙ୍କ ସୁରକ୍ଷାରେ ରାଷ୍ଟ୍ରପତିଙ୍କ ଏହି ଯାତ୍ରା ୫ ଘଣ୍ଟା ୩୦ ମିନିଟର ରହିବ। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ମକଡ୍ରିଲ କରାଯାଇଛି। ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ମିଳିଥିବା ସୂଚନା ମୁତାବିକ ପ୍ରେସିଡେନ୍ସିଆଲ୍ ଟ୍ରେନରେ ଦୁଇଟି ସ୍ପେଶାଲ ବଗି ଲଗାଯାଇଛି। ସୁରକ୍ଷାକୁ ନଜରରେ ରଖି ଟ୍ରେନର ଆଗରେ ଏକ ଖାଲି ଇଞ୍ଜିନ ପ୍ରଥମେ ଯିବ। ରେଲୱେ ଲାଇନର ଉଭୟ କଡରେ ପୁଲିସର କଡା ପହରା ରହିବ। ଏହି ଟ୍ରେନଟି ଶୁକ୍ରବାର ଦିନ ଦିନ ୧ଟା ୩୦ ମିନିଟରେ ଦିଲ୍ଲୀରୁ ଛାଡିବ ଏବଂ ସନ୍ଧ୍ୟା ୭ଟା ସମୟରେ କାନପୁରରେ ପହଞ୍ଚିବ। ଦୁଇ ଦିନର କାର୍ଯ୍ୟକ୍ରମ ପରେ ପୁଣି ଏହି ଟ୍ରେନରେ ଦିଲ୍ଲୀ ଫେରିବେ ରାଷ୍ଟ୍ରପତି।

Leave A Reply

Your email address will not be published.