Odisha Link
Bridging the Missing Links in Odisha

ସଚିନଙ୍କ ଫୋନ ଉଠାଉନାହାନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ଲାଗି ରହିଛି ହଟଚମଟ। ଏହାରି ମଧ୍ୟରେ ରାଜସ୍ଥାନ ରାଜନୀତିରେ ଉସ୍ମତା ଭରି ଦେଇଛି ରାଜ୍ୟସଭା ସାଂସଦ ଡାକ୍ତର କିରୋଡୀ ଲାଲ ମୀନାଙ୍କ ବୟାନ। କଂଗ୍ରେସ ଉପରେ ବର୍ଷିବା ସହ ସେ କହିଛନ୍ତି ଯେ, ସଚିନ ପାଇଲଟ୍‌ ଦିଲ୍ଲୀରେ ୩ରୁ ୪ଦିନ ରହିଥିଲେ। ସେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ୫୦-୬୦ ଥର କଲ‌ କରିଥିଲେ। ହେଲେ ଉଭୟେ ଫୋନ୍‌ ଉଠାଇନଥିଲେ। ମୀନାଙ୍କ ଏଭଳି ବୟାନ ରାଜସ୍ଥାନ ରାଜନୀତିକୁ ଆହୁରି ଉଷ୍ମ କରିଛି।

ସେ ଆହୁରି କହିଛନ୍ତି ଯେ, ସଚିନ୍‌ ପାଇଲଟ୍‌ ଦଳରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିବା ବେଳେ ତାଙ୍କୁ ବାରମ୍ବାର ଅଣଦେଖା କରାଯାଉଛି। ଯାହା ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପାଇଲଟଙ୍କ ପ୍ରତି ଅପମାନ ବୋଲି ମୀନା କହିଛନ୍ତି।

ସାଂସଦ କିରୋଡୀ ମୀନା ଆହୁରି କହିଛନ୍ତି, ଉପମୁଖ୍ୟମନ୍ତ୍ରୀ ଜଣେ ସ୍ବାଭିମାନୀ ବ୍ୟକ୍ତି ତାଙ୍କୁ ଏତେ ଅପମାନ ସହ୍ୟ କରିବା ଅନୁଚିତ। କଂଗ୍ରେସର ଏପରି ବ୍ୟବହାର ଉପରେ ପାଇଲଟ୍‌ ଶୀଘ୍ର କିଛି ପଦକ୍ଷେପ ନେବା ଦରକାର ବୋଲି ମଧ୍ୟ ସେ କହିଛନ୍ତି।

ଡାକ୍ତର ମୀନାଙ୍କ ଏହି ମନ୍ତବ୍ୟ ପରେ ପୁଣି ରାଜସ୍ଥାନ ରାଜନୀତିରେ ହଟଚମଟ ଆରମ୍ଭ ହୋଇଯାଇଛି। କିଛି ଦିନ ପୂର୍ବରୁ ସଚିନ ପାଇଲଟ୍‌ ଦିଲ୍ଳୀ ଯାଇଥିଲେ। ଦିଲ୍ଲୀରେ ସେ ୩-୪ ଦିନ ରହିଥିବା ମଧ୍ୟ କିରୋଡୀ ଲାଲ ନିଜ ବୟାନରେ କହିଛନ୍ତି।

Leave A Reply

Your email address will not be published.