Odisha Link
Bridging the Missing Links in Odisha

ବିନା ଭକ୍ତରେ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଚାଲିଛି ସ୍ନାନଯାତ୍ରା

ବାରିପଦା: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ୧୦୮ ଗରା ପବିତ୍ର ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଅତ୍ୟଧିକ ସ୍ନାନ ପରେ ଶ୍ରୀବିଗ୍ରହ ମାନେ ପରେ ଗଜବେଶରେ ଦେବେ ଦର୍ଶନ। ପରେ ମହାପ୍ରଭୁ ଜ୍ବରରେ ପୀଡିତ ହୋଇ ଅଣସର ଘରେ ଅବସ୍ଥାନ କରିବେ। ଅଣସର ଘରେ ଗୁପ୍ତ ସେବା ଉପଚାର ଆଗାମୀ ୧୫ଦିନ ଧରି ଜାରି ରହିବ।

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ମଧ୍ୟ ସ୍ନାନ ଯାତ୍ରା ପାଳନ କରାଯାଉଛି। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ନିୟମ ଯୋଗୁଁ ଭକ୍ତଙ୍କ ପାଇଁ ଦର୍ଶନ ସଂପୂର୍ଣ୍ଣ ରୁପେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଛି। ମନ୍ଦିର ପରିସରରେ ସାଧାରଣ ଲୋକଙ୍କ ଭିଡକୁ ନଜର ରେଖି ୧୪୪ଧାରା ଲାଗୁ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଏବଂ ଆଖପାଖ ଅଞ୍ଚଳର ୫୦୦ମିଟର ପରିସରରେ ୧୪୪ଧାରା ଲଗାଯାଇ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.