Odisha Link
Bridging the Missing Links in Odisha

ନୂଆ IT ନିୟମ: ଅଭିଯୋଗର ୨୪ ଘଣ୍ଟାରେ ବନ୍ଦ ହେବ ଫେକ୍ ଆକାଉଣ୍ଟ

ନୂଆଦିଲ୍ଲୀ: ଅଭିଯୋଗର ୨୪ ଘଣ୍ଟାରେ ବନ୍ଦ ହେବ ଫେକ୍‌ ସୋସିଆଲ ମିଡିଆ ଆକାଉଣ୍ଟ ଆକାଉଣ୍ଟ। ନୂଆ ଆଇଟି ନିୟମ ଲାଗୁ ହେବା ପରେ ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟଧାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ନୂଆ ନିୟମ ଅନୁଯାୟୀ, ସୋସିଆଲ ମିଡିଆ କମ୍ପାନୀକୁ କୌଣସି ଫେକ୍ ଆକାଉଣ୍ଟର ଅଭିଯୋଗ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବ୍ୟବସ୍ଥା ରହିଛି। ଫେସବୁକ୍, ଟ୍ୱିଟର ଓ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମରେ ଫେକ୍ ଆକାଉଣ୍ଟ ଅଭିଯୋଗ ମିଳିବାର ୨୪ ଘଣ୍ଟା ମଧ୍ୟରେ ବନ୍ଦ କରାଯିବ।

ଟପ୍ ସୋସିଆଲ ମିଡିଆ କମ୍ପାନୀକୁ ସରକାର କହିଛନ୍ତି ଯେ, ନିଜ ପ୍ଲାଟଫର୍ମରେ ଥିବା ଜଣାଶୁଣା ଲୋକଙ୍କର ଫେକ୍ ପ୍ରୋଫାଇଲ ଫଟୋ ଥିବା ଆକାଉଣ୍ଟ ବା କୌଣସି ପ୍ରକାରର ଫେକ୍ ଆକାଉଣ୍ଟକୁ ୨୪ ଘଣ୍ଟା ମଧ୍ୟରେ ବନ୍ଦ କର। ଯଦି କୌଣସି ଉପଭୋକ୍ତା ନକଲି ଆକାଉଣ୍ଟର ରିପୋର୍ଟ କରନ୍ତି, ତେବେ ସୋସିଆଲ ମିଡିଆ କମ୍ପାନୀ ୨୪ ଘଣ୍ଟା ମଧ୍ୟରେ ସେହି ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଉଦାହରଣ ସ୍ୱରୂପ, ଯଦି ଜଣେ ଜଣାଶୁଣା ରାଜନେତା, ସେଲିବ୍ରିଟି, କ୍ରିକେଟର କିମ୍ବା ଅନ୍ୟ କୌଣସି ଜଣାଶୁଣା ବ୍ୟକ୍ତିଙ୍କ ଫଟୋ ବ୍ୟବହାର କରି ଏକ ନକଲି ସୋସିଆଲ ମିଡିଆ ଆକାଉଣ୍ଟ ସୃଷ୍ଟି ହୋଇଛି, ତେବେ ଅଭିଯୋଗ ପାଇବା ପରେ ସେହି ଆକାଉଣ୍ଟକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଯିବ।

Leave A Reply

Your email address will not be published.