Odisha Link
Bridging the Missing Links in Odisha

ଜୁଲାଇ ପହିଲା ଯାଏଁ ୟୁନିଟ୍‌-୧ ହାଟ ବନ୍ଦ, ସିଲ‌ କଲା ବିଏମ୍‌ସି

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଯେଉଁଥିପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍‌ କଟକଣାକୁ ଆଂଶିକ କୋହଳ କରିଛନ୍ତି। ହେଲେ ରାଜଧାନୀ ଭୁବନେଶ୍ବରରେ ଗତ ୩ଦିନ ଧରି ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଓ ପୁଲିସ ମିଳିତ ଭାବେ କଟକଣାକୁ କଡ଼ାକଡ଼ି ପାଳନ ହେଉଛି ନା ନାହିଁ ତାର ସତ୍ୟତା ପରଖୁଛନ୍ତି। ଏସବୁ ମଧ୍ୟରେ ଶୁକ୍ରବାର ଦିନ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଓ ପୁଲିସ୍‌ ୟୁନିଟ୍-୧ ହାଟକୁ ଜୁନ୍‌ ପହିଲା ଯାଏଁ ସିଲ୍‌ କରିଛନ୍ତି।

କୋଭିଡ୍‌ ନିୟମର ଉଲଙ୍ଘନ ହେଉଥିବାରୁ ବିଏମ୍‌ସି ଏନଫୋର୍ସମେଣ୍ଟ ଟିମ୍‌ ଏହି ଖୁଚୁରା(ରିଟେଲ) ଓ ପାଇକାରୀ (ହୋଲ୍‌ସେଲ୍‌) ବଜାରକୁ ଜୁଲାଇ ୧ ତାରିଖ ଯାଏ ବନ୍ଦ କରିଛନ୍ତି ସଂକ୍ରମଣ ବଢିବା ଆଶଙ୍କାରେ ଏହାକୁ ବନ୍ଦ କରି ଦିଆଯାଇଛି। ଏନେଇ ବିଏମସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଥାଉକି, ବିଏମସି ଦକ୍ଷିଣ ପୂର୍ବ ଜୋନ୍‌ ଓ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ବୁଧବାର ସକାଳୁ ୟୁନିଟ୍‌-୧ ହାଟରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଅଧିକାଂଶ ଦୋକାନୀ ଓ ଲୋକେ କୋଭିଡ୍‌ ନିୟମ ମାନୁନଥିବା ଦେଖିବାକୁ ମିଳିଥିଲା। ଶହ ଶହ ଲୋକେ ଏଠାରେ ଏକାଠି ହେଉଥିବା ଦେଖିବାକୁ ମିିଳିଥିଲା। ଯାହାକୁ ନଜରରେ ରଖି ବିଏମସି ପକ୍ଷରୁ ୟୁନିଟ୍-୧ ହାଟକୁ ବନ୍ଦ କରାଯାଇଥିଲା। ଜୁଲାଇ ୧ ତାରିଖ ଯାଏ ବଜାର ବନ୍ଦ କରି ରଖିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.