Odisha Link
Bridging the Missing Links in Odisha

ଭାକ୍ସିନ ନେଲେ ଗୁରୁତର ହେବା ଆଶଙ୍କା କମିଯିବ: ଡିଏମଇଟି

ଭୁବନେଶ୍ୱର: କରୋନାର ୨ୟ ଲହର ପ୍ରକୋପ କମି ନଥିବା ବେଳେ ୩ୟ ଲହରର ଆଶଙ୍କା ବଢିଲାଣି। ଡେଲ୍‌ଟା ପ୍ଲସ ଭାରିଏଣ୍ଟ ୩ୟ ଲହର ନେଇ ଆସିବ ବୋଲି କୁହାଯାଉଛି। ଏନେଇ ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି, ନୂଆ ଭାରିଏଣ୍ଟ ଡେଲଟା ପ୍ଲସ କେତେ ବିପଦ ତାହା ବର୍ତ୍ତମାନଠାରୁ କହିବା ମୁସ୍କିଲ। ତେବେ ଡେଲ୍ଟା ପ୍ଲସ ଭାରିଆଣ୍ଟ ଓ ସତର୍କ ରହିବା ଉପରେ ଡିଏମଇଟି ପରାମର୍ଶ ଦେଇ କହିଛନ୍ତି, ସମସ୍ତ ପ୍ରକାର ଭାଇରସର ମ୍ୟୁଟେସନ ଏକ ନିୟମିତ ପ୍ରକ୍ରିୟା।

ଡେଲ୍ଟା ଭାଇରସ ୨ ମାସରେ ବଢ଼ିଲା ସେହି ଅନୁସାରେ ଡେଲ୍ଟା ପ୍ଲସ ବଢ଼ିନି। ଆଗକୁ କଣ ହେବ ନ ଜାଣି ଡେଲ୍ଟା ପ୍ଲସ ବଢ଼ିବ ଭାବି ଅଯଥାରେ ଭୟଭୀତ ହୁଅନ୍ତୁ ନାହିଁ। ଭାକ୍ସିନ ନେଲେ ଶତ ପ୍ରତିଶତ ସୁରକ୍ଷିତ ନୁହେଁ, ତେବେ ଗୁରୁତର ହେବା କମିଯିବ।

ଟିକା ନେବା ପରେ ହସ୍ପିଟାଲରେ ଭର୍ତ୍ତି ହେବା ରୋଗୀଙ୍କ ସଂଖ୍ୟା କମିଛି ବୋଲି କହିଛନ୍ତି ସିବିକେ ମହାନ୍ତି। ସରକାର ପରାମର୍ଶ ଦେବେ, ୪.୬ କୋଟି ଲୋକଙ୍କୁ ଘରେ ବନ୍ଦ କରି ପାରିବେନି। ୩ୟ ଲହର ଆକଳନ ସ୍ତରରେ ରହିଛି। ଟିକା ନେଲେ ବୟସ୍କ ସୁରକ୍ଷିତ ରହିବେ। ଏଥିସହ ପରୋକ୍ଷରେ ପିଲାମାନେ ସୁରକ୍ଷିତ ହେବେ।

Leave A Reply

Your email address will not be published.