Odisha Link
Bridging the Missing Links in Odisha

ଟିକା ଅନୁପାତରେ ପରିବର୍ତ୍ତନ ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ବର: ଟିକା ଅନୁପାତରେ ପରିବର୍ତନ ପାଇଁ ଚିଠି ଲେଖିଲା ଓଡ଼ିଶା। ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ପରିବର୍ତେ ୫ ପ୍ରତିଶତ ଟିକା ଯୋଗାଣ ପାଇଁ ଦାବି କରାଯାଇଛି। ପରିବର୍ତ୍ତିତ କୋଭିଡ ଟିକାକରଣ ଗାଇଡ ଲାଇନ ଅନୁଯାୟୀ, ଘରୋଇ ହସ୍ପିଟାଲ ଗୁଡ଼ିକ ଟିକା ପ୍ରସ୍ତୁତ କମ୍ପାନୀ ଠାରୁ ସିଧାସଳଖ ଭାବେ ୨୫ ପ୍ରତିଶତ ଟିକା କିଣିପାରିବେ।

ବର୍ତମାନ ସୁଦ୍ଧା ଓଡ଼ିଶାର ୭ଟି ହସ୍ପିଟାଲ କମ୍ପାନୀଠାରୁ ଟିକା ପାଇଛନ୍ତି। ଓଡ଼ିଶାରେ ଲୋକସଂଖ୍ୟା ଅନୁପାତରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍। ଏହା ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାତ୍ର ୫ ପ୍ରତିଶତ। ଫଳରେ ଗାଇଡ ଲାଇନ ଅନୁସାରେ ରାଜ୍ୟ ତାର ୨୫ ପ୍ରତିଶତ ଟିକା ଅନୁମୋଦନ ହରାଇବ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବଙ୍କୁ ଏନେଇ ଅବଗତ କରି ସାରିଛନ୍ତି। ଏହି ୭୫ ଓ ୨୫ ଅନୁପାତକୁ ପରିବର୍ତନ କରି ୯୫ ଓ ୫ ପ୍ରତିଶତ କରିବା ପାଇଁ ସେ ଦାବି କରିଛନ୍ତି। ଯାହା ଫଳରେ ରାଜ୍ୟର ଅନୁପାତ ହାରରେ ଘରୋଇ ହସ୍ପିଟାଲ ଗୁଡିକ ଆବଶ୍ୟକ ଟିକା କିଣି ପାରିବେ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୨୦୨୧ ଜୁନ୍ ମାସ ୨୧ ତରିଖଠାରୁ ତିନି ଲକ୍ଷ ହିତାଧିକାରୀଙ୍କୁ ଟିକାଦେଇ ଆସୁଛନ୍ତି। ଏହା ଫଳରେ ରାଜ୍ୟରେ ୧୦୦ ପ୍ରତିଶତ ଟିକାଦାନର ଲକ୍ଷ ପୂରଣ ହୋଇପାରିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ହର୍ଷ ବର୍ଦ୍ଧନଙ୍କୁ ପତ୍ର ଲେଖି ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.