Odisha Link
Bridging the Missing Links in Odisha

ଜୁଲାଇ ୧୫ ଯାଏ ଲକ୍‌ଡାଉନ ଅବଧି ବୃଦ୍ଧି କଲେ ସରକାର

କୋଲକାତା: କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଅବଧି ବୃଦ୍ଧି କଲେ ସରକାର। ଜୁଲାଇ ୧୫ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି ପଶ୍ଚିମବଙ୍ଗ ସରକାର। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପକ୍ଷରୁ ଏହାର ସୂଚନା ଦିଆଯାଇଛି ।

ଲକ୍‌ଡାଉନରେ କିଛିଟା କେହଳ କରାଯାଇଛି। ରାଜ୍ୟରେ ୫୦ ପ୍ରତିଶତ କ୍ଷମତା ସହିତ ସେଲନ୍ ଏବଂ ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇଛି। ସକାଳ ୧୧ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ସମସ୍ତ କର୍ମଚାରୀ ଓ ଗ୍ରାହକଙ୍କ ଟିକାକରଣ ଜରୁରୀ କରାଯାଇଛି।

ସେହିପରି ୫୦ ପ୍ରତିଶତ କ୍ଷମତା ସହିତ ଜିମ୍ ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୪ଟାରୁ ୮ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି। ବେସରକାରୀ ଏବଂ କର୍ପୋରେଟ୍ କାର୍ଯ୍ୟାଳୟଗୁଡିକ ୫୦ ପ୍ରତିଶତ କାର୍ଯ୍ୟ କ୍ଷମତା ସହିତ ସକାଳ ୧୦ ଟାରୁ ୪ ଟା ପର୍ଯ୍ୟନ୍ତ କାର୍ଯ୍ୟ କରାଯାଇପାରିବ। ସମସ୍ତ ବ୍ୟାଙ୍କ ସକାଳ ୧୦ଟାରୁ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ। ୫୦ ପ୍ରତିଶତ ଯାତ୍ରୀଙ୍କ ସହ ଘରୋଇ ଓ ସରକାରୀ ବସ୍ ଚାଲିବ।

Leave A Reply

Your email address will not be published.