Odisha Link
Bridging the Missing Links in Odisha

କରୋନା କାଳରେ ମହଙ୍ଗା ହେଲା ଅମୁଲ କ୍ଷୀର, ଲିଟର ପ୍ରତି ବଢିଲା ଏତେ ଟଙ୍କା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣରେ ହନ୍ତସନ୍ତ ହେଉଛନ୍ତି ଦେଶବାସୀ। ମହାମାରୀ ସମୟରେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଦେଶବାସୀ। ଏସବୁ ମଧ୍ୟରେ ଲୋକଙ୍କୁ ଲାଗିଛି ଆଉ ଏକ ଝଟକା। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଏବେ ଅନ୍ୟଦ୍ରବ୍ୟ ଗୁଡ଼ିକରେ ଦେଖିବାକୁ ମିଳିଛି। ଏଥିପାଇଁ ଅମୁଲ ବ୍ରାଣ୍ଡରେ ବିକ୍ରି ହେଉଥିବା ବିଭନ୍ନ ପ୍ରକାରର କ୍ଷୀର ଦାମ ୨ ଟଙ୍କା ମହଙ୍ଗା ହୋଇଯାଇଛି।

ଆସନ୍ତାକାଲି ଅର୍ଥାତ ଜୁଲାଇ ୧ରୁ ସାରା ଦେଶରେ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଲିଟର ପିଛା ଅମୁଲ କ୍ଷୀରର ଦାମ ୨ ଟଙ୍କା ଲେଖାଏ ମହଙ୍ଗା ହେବାକୁ ଯାଉଥିବା ଗୁଜରାଟ କୋପୋରେଟିଭ ମିଲ୍କ ମାର୍କେଟିଂ ଫେଡରେସନ (ଜିସିଆଇଏମଏମଏଫ) ପକ୍ଷରୁ ଘୋଷଣା କରାଯାଇଛି।

ନୂଆ ଦର ପରେ ଅମୁଲ ଗୋଲ୍ଟର ୫୦୦ ମିଲିର ଦାମ ୨୯ ଟଙ୍କା, ଅମୁଲ ତାଜାର ୫୦୦ ମିଲିର ଦାମ ୨୩ ଟଙ୍କା ଓ ଅମୁଲ ଶକ୍ତିର ୫୦୦ ମିଲିର ଦାମ ୨୬ ଟଙ୍କା ହୋଇଯିବ। ପୂର୍ବରୁ ଏହାର ଦାମଗୁଡ଼ିକ ଯଥାକ୍ରମେ ୨୮, ୨୨ ଓ ୨୫ ଟଙ୍କା ରହିଥିଲା। ଲିଟର ପିଛା ୨ ଟଙ୍କା ବୃଦ୍ଧି ଅର୍ଥ ଏମଆରପି ଉପରେ ୪% ବୃଦ୍ଧି। ଏହି ଦରବୃଦ୍ଧି ଦେଶର ଖାଦ୍ୟ ମୁଦ୍ରାସ୍ଫୀତି ଠାରୁ ଯଥେଷ୍ଟ କମ ବୋଲି ଜିସିଆଇଏମଏମଏଫ କହିଛି।

Leave A Reply

Your email address will not be published.