Odisha Link
Bridging the Missing Links in Odisha

ଗର୍ଭବତୀଙ୍କୁ କୋଭିଡ଼ ଟିକା ପାଇଁ କେନ୍ଦ୍ରର ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ଦେଶରେ ଗର୍ଭବତୀଙ୍କୁ କରୋନା ଟିକା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମାର୍ଗଦର୍ଶିକା ଜାରି କରିଛନ୍ତି। ଗର୍ଭଧାରଣ କଲେ ସଂକ୍ରମଣ ହେବାର ବିପଦ ବଢିନଥାଏ ବୋଲି କୁହାଯାଇଛି। ସେହିପରି ଲକ୍ଷଣ ଥିବା ସଂକ୍ରମିତ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଏବଂ ମୃତ୍ୟୁର ଆଶଙ୍କା ଅଧିକ ରହିଛି। ଅନ୍ୟମାନଙ୍କ ଭଳି ଗର୍ଭଗତୀ କରୋନାରେ ଗୁରୁତର ହେଲେ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ।

ବ୍ଲଡପ୍ରେସର ଓ ଡାଇବେଟିସ ଥିଲେ କିମ୍ବା ୩୫ ବର୍ଷରୁ ଅଧିକ ବୟସର ମହିଳା ଗର୍ଭବତୀ ହୋଇ କରୋନା ସଂକ୍ରମିତ ହେଲେ ଜୀବନ ପ୍ରତି ଅଧିକ ବିପଦ ରହିଛି। ତେଣୁ କୋଭିଡ ସମ୍ମୁଖ ଯୋଦ୍ଧା ଏବଂ ଟିକା ଦେଉଥିବା ବ୍ୟକ୍ତି ଗର୍ଭବତୀଙ୍କୁ ଟିକାର ଉପଲବ୍ଧତା, ମୂଲ୍ୟ ଓ ସତର୍କତା ନେଇ ଅବଗତ କରାଇବାକୁ କୁହାଯାଇଛି।

ଅନ୍ୟମାନଙ୍କ ଭଳି ଗର୍ଭବତୀଙ୍କୁ ମଧ୍ୟ ଟିକା କରୋନାରୁ ସୁରକ୍ଷା ଦେଇଥାଏ ବୋଲି ଜାରି ମାର୍ଗଦର୍ଶିକାରେ କୁହାଯାଇଛି। ତେବେ ଦୀର୍ଘମିଆଦୀ ପାର୍ଶ୍ବ ପ୍ରତିକ୍ରିୟା ଏବଂ ଭୃଣ ଉପରେ ଏହାର କଣ ପ୍ରଭାବ ରହିଛି ତାହା ଜଣାନାହିଁ।

Leave A Reply

Your email address will not be published.