Odisha Link
Bridging the Missing Links in Odisha

ଦୂତୀ ଚାନ୍ଦଙ୍କୁ ମିଳିଲା ଟୋକିଓ ଅଲିମ୍ପିକ୍ସ ଟିକେଟ

ନୂଆଦିଲ୍ଲୀ: ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ମିଳିଲା ଟୋକିଓ ଅଲିମ୍ପିକ୍ସ ଟିକେଟ। ୱାର୍ଲ୍ଡ ରାଙ୍କିଂ ଆଧାରରେ ଚୟନ ହେଲେ ଦୂତୀ ଚାନ୍ଦ। ମହିଳା ୧୦୦ ଓ ୨୦୦ ମିଟର ଦୌଡ଼ ବର୍ଗରେ ଦୂତୀ ଯୋଗ୍ୟତା ଅଜର୍ନ କରିଛନ୍ତି ଫଳରେ ତାଙ୍କୁ ଅଲିମ୍ପିକ ପାଇଁ ଟିକେଟ୍ ମିଳିଛି। ଅର୍ଜୁନ ପୁରସ୍କାର ବିଜେତା ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ ସମ୍ପର୍କରେ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।

ତେବେ ଓଡ଼ିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦ ତାଙ୍କ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୧୦୦ ମିଟର ରେସର ପୂର୍ବ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ କରିଛନ୍ତି। ମାତ୍ର ୧୧.୧୭ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ସେ ନିଜ ରେକର୍ଡ ଭାଙ୍ଗିଛନ୍ତି। ଅନ୍ୟପଟେ ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ସ।

Leave A Reply

Your email address will not be published.