Odisha Link
Bridging the Missing Links in Odisha

କୋଭିଡ୍ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମହାମାରୀ କରୋନାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, କୋର୍ଟ ଅନୁକମ୍ପା ରାଶି ନିର୍ଦ୍ଧାରଣ କରିବେ ନାହିଁ। ସରକାର ଆଇନ୍ ଅନୁଯାୟୀ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ରାଶି ଦେଇ ପାରିବେ। ସରକାର ନିଜ ସମ୍ବଳ ହିସାବରେ ଅନୁକମ୍ପା ରାଶି ସ୍ଥିର କରିବେ।

କୋର୍ଟ ଆହୁରି କହିଛନ୍ତି, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁକମ୍ପା ରାଶି କେତେ ହେବ ସ୍ଥିର କରିବେ। ଆଗାମୀ ୬ ସପ୍ତାହ ମଧ୍ୟରେ ସରକାରଙ୍କୁ ଏନେଇ କୌଣସି ନିଷ୍ପତ୍ତି ନେବାକୁ ହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋଭିଡ୍ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ସରକାର ଦେବାକୁ ଆବେଦନକାରୀ କୋର୍ଟରେ ଦାବି କରିଥିଲେ। କେନ୍ଦ୍ର ସରକାର ପକ୍ଷ ରଖି କହିଥିଲେ ଏତେ ଟଙ୍କା ଅନୁକମ୍ପା ରାଶି ଭାବେ ଦେବା ସମ୍ଭବପର ନୁହେଁ। ଏହାଦ୍ୱାରା ସରକାରଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ।

କୋର୍ଟ କହିଥିଲେ, କୋଭିଡ୍ ମୃତକଙ୍କ ପରିବାରକୁ ଡେଥ୍ ସାର୍ଟିଫିକେଟ୍ ମିଳିବା ପ୍ରକ୍ରିୟାକୁ ସରକାର ସହଜ ସରଳ କରନ୍ତୁ। ଏଥିସହ ଏନଡିଏମଏ ନିଜ କର୍ତ୍ତବ୍ୟ ପାଳନ କରୁ।

Leave A Reply

Your email address will not be published.