Odisha Link
Bridging the Missing Links in Odisha

ଆଶିଂକ ଲକ୍‌ଡାଉନରେ କଣ ଖୋଲିବ, କଣ ବନ୍ଦ ରହିବ ଜାଣନ୍ତୁ…

ଭୁବନେଶ୍ବର: ରାଜ୍ୟରେ ଜୁଲାଇ ୧୬ ଯାଏଁ ଆଶିଂକ ଲକ୍‌ଡାଉନ। ଆଶିଂକ ଲକ୍‌ଡାଉନ ନେଇ ଘୋଷଣା କଲେ ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ କହିଛନ୍ତି, ଆଂଶିକ ଲକ୍‌ଡାଉନକୁ ଲୋକେ ପାଳନ କରିଛନ୍ତି। ସଂକ୍ରମଣ କମିଥିବାରୁ କାଟେଗୋରୀ Aକୁ ଆଉ ୩ ଜିଲ୍ଲା ଉନ୍ନୀତ ହୋଇଛି। ଏହି ୩ଟି ଜିଲ୍ଲା ହେଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର। ୩ ଜିଲ୍ଲାରେ ପଜିଟିଭିଟି ରେଟ୍ ୫%କୁ କମିଥିବାରୁ କାଟେଗୋରୀ Aକୁ ଉନ୍ନିତ ହୋଇଛି।

ଆଂଶିକ ଲକଡାଉନରେ ୨୦ଟି ଜିଲ୍ଲା ଓ କ୍ୟାଟାଗୋରୀ ବିରେ ୧୦ଟି ଜିଲ୍ଲା ରହିଛି। ଏହି ଜିଲ୍ଲାରେ ସବୁ ଦୋକାନ ସକାଳ ୬ଟା ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ। ତେବେ ମଲ, ସ୍ପା, ବୁ୍ୟଟିପାର୍ଲର ଦୋକାନ ଖୋଲିବ ନାହିଁ । ସେହିପରି ଆନ୍ତଃ ଜିଲ୍ଲା ବସ ଚଳାଚଳ କରିବ। ବସରେ ଯେତିକି ସିଟ ସେତିକି ଲୋକ ବସିପାରିବେ।

ଏହାଛଡ଼ା ସେଲୁନ ବି ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ସପ୍ତାହାନ୍ତ ସଟଡାଉନ କରାଯିବ ନାହିଁ। ପୂର୍ବଭଳି ହାଟ ବଜାର ବସିପାରିବ। ସାରା ରାଜ୍ୟରେ ସଂଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ ବଳବତର ରହିବ।

କ୍ୟାଟାଗୋରୀ ଏରେଥିବା ଜିଲ୍ଲାଗୁଡ଼ିକ ହେଉଛି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନାଗିରି, ରାୟଗଡ଼ା, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର। ଏହି ସବୁ ଜିଲ୍ଲାରେ ସବୁ ଦୋକାନ ସକାଳ ୬ଟା ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ।

Leave A Reply

Your email address will not be published.