Odisha Link
Bridging the Missing Links in Odisha

ଟିକା ଅଭାବ: ଅଧା ଓଡ଼ିଶାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକା ଅଭାବ। ଟିକା ଅଭାବ କାରଣରୁ ଅଧା ଓଡ଼ିଶାରେ ଟିକାକରଣ ବନ୍ଦ ହୋଇଯାଇଛି। ଆଜି ରାଜ୍ୟର ୧୬ ଜିଲ୍ଲାରେ ଟିକାରଣ ସମ୍ପୂର୍ଣ୍ଣ ବନ୍ଦ। ଏହି ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ସୁନ୍ଦରଗଡ଼।

ରାଜ୍ୟରେ ମୋଟ ୧୬୧୩ ଟିକା କେନ୍ଦ୍ରରୁ ୧୪୯୯ ଟିକା କେନ୍ଦ୍ରରେ ଟିକାକରଣ ବନ୍ଦ ରହିବ। ମାତ୍ର ୧୧୪ ଟିକା କେନ୍ଦ୍ରରେ ଟିକାକରଣ କରାଯିବ।ଜୁନ୍ ୩୦ ସୁଦ୍ଧା ରାଜ୍ୟ ପାଖରେ କୋଭିସିଲ୍ଡର ୧୯ ହଜାର ୫୨୦ ଡୋଜ ରହିଥିବା ବେଳେ କୋଭାକ୍ସିନ ୩ ଲକ୍ଷ ୨୪ ହଜାର ୯୧୦ ରହିଛି ।

ଟିକା ଦାୟିତ୍ୱ କେନ୍ଦ୍ର ସରକାରଙ୍କ ହୋଇଥିବାରୁ କେନ୍ଦ୍ର ଯେତେ ଟିକା ଦେବ ସେତିକି ପରିମାଣରେ ରାଜ୍ୟ ବ୍ୟବହାର କରିବ ବୋଲି ଡିଏମଇଟି ନିର୍ଦ୍ଦେଶକ କହିଛନ୍ତି। ଜୁନ ମାସରେ କୋଟା ଅନୁସାରେ କୋଭାକ୍ସିନ ଟିକା ୪ଲକ୍ଷ ୩୧ହଜାର ୧୩୦ ଡୋଜ ଆସିବା କଥା। ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୪୦ହଜାର ୮୫୦ ଡୋଜ ଆସିଛି।

Leave A Reply

Your email address will not be published.