Odisha Link
Bridging the Missing Links in Odisha

ଚଳିତ ବର୍ଷ ଦେଶର କାର୍ଯ୍ୟରତ ଡାକ୍ତରଙ୍କୁ ମିଳୁ ‘ଭାରତ ରତ୍ନ’: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ କାର୍ଯ୍ୟରତ ଡାକ୍ତରଙ୍କୁ ‘ଭାରତ ରତ୍ନ’ ମିଳିବା ଉଚିତ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି। କରୋନା ମହାମାରୀ ବିରୋଧରେ ଲଢ଼ିଥିବା ସମସ୍ତ ଡାକ୍ତର ଓ ନର୍ସଙ୍କୁ ଚଳିତ ବର୍ଷ ଭାରତ ରତ୍ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି।

କେଜ୍ରିୱାଲ କହିଛନ୍ତି ଏହି ନିଷ୍ପତ୍ତି ଦ୍ୱାରା ଦେଶବାସୀ ଖୁସି ହେବେ। ନିଜ ଜୀବନ ଓ ପରିବାର କଥା ଚିନ୍ତା ନ କରି ଲୋକଙ୍କ ସେବା କରୁଥିବା ଡାକ୍ତର ନର୍ସଙ୍କ ପାଇଁ ଏହା ସମ୍ମାନର ବିଷୟ। ଶହୀଦ ହୋଇଥିବା ଡାକ୍ତରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି। ଭାରତ ରତ୍ନ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ।

କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, ଚଳିତ ବର୍ଷ ଭାରତୀୟ ଡାକ୍ତରଙ୍କୁ ଭାରତ ରତ୍ନ ମିଳିବା ଉଚିତ। ଭାରତୀୟ ଡାକ୍ତର ଅର୍ଥାତ ସମସ୍ତ ଡାକ୍ତର, ନର୍ସ ଓ ପାରାମେଡିକ। ଶହୀଦ ହୋଇଥିବା ଡାକ୍ତରଙ୍କ ପାଇଁ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି। ସ୍ୱାସ୍ଥ୍ୟକର୍ମୀ ନିଜର ଓ ନିଜ ପରିବାର କଥା ଚିନ୍ତା ନ କରି ଲୋକଙ୍କ ସେବା କରିଛନ୍ତି।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା କହିଛନ୍ତି ଯେ, ଦେଶର ଡାକ୍ତର, ନର୍ସ ଓ ପାରାମେଡିକ ନିଜ ଜୀବନକୁ ଖାତିର ନ କରି ଲୋକଙ୍କ ଜୀବନ ବଞ୍ଚାଇଛନ୍ତି ସେଥିପାଇଁ ଏମାନଙ୍କୁ ସମ୍ମାନ ନିଶ୍ଚୟ ମିଳିବା ଉଚିତ।

ଭାରତୀୟ ଚିକିତ୍ସା ସଂଘ (ଆଇଏମଏ) ତଥ୍ୟ ଅନୁଯାୟୀ, କରୋନାର ଦ୍ୱିତୀୟ ଲହରରେ ୭୩୦ ଡାକ୍ତରଙ୍କ ଜୀବନ ଯାଇଛି। ବିହାରରେ ସର୍ବାଧିକ ୧୧୫ ଚିକିତ୍ସକ କୋଭିଡରେ ପ୍ରାଣ ହରାଇଛନ୍ତି। ଦିଲ୍ଲୀରେ ୧୦୯, ଉତ୍ତର ପ୍ରଦେଶରେ ୭୯, ପଶ୍ଚିମବଙ୍ଗରେ ୬୨, ରାଜସ୍ଥାନରେ ୪୩, ଝାରଖଣ୍ଡରେ ୩୯ ଓ ଆନ୍ଧ୍ର ପ୍ରଦେଶରେ ୩୮ ଚିକିତ୍ସକ କୋଭିଡରେ ପ୍ରାଣ ହରାଇଛନ୍ତି। ଆଇଏମଏ ଅନୁଯାୟୀ, କରୋନାର ପ୍ରଥମ ଲହରରେ ୭୪୮ ଚିକିତ୍ସକ ପ୍ରାଣ ହରାଇଥିଲେ।

Leave A Reply

Your email address will not be published.