Odisha Link
Bridging the Missing Links in Odisha

ଭିଡିଓ ଭାଙ୍ଗିଦେଲା ବାହାଘର

ବନ୍ତଳା: ଭିଡିଓ ଭାଙ୍ଗିଦେଲା ବାହାଘର। ରାତି ପାହିଥିଲେ ହୋଇଥାନ୍ତା ବାହାଘର ପଡ଼ିଥା’ନ୍ତା ହାତଗଣ୍ଠି। ହେଲେ ପ୍ରେମିକର ଖଳବୁଦ୍ଧି ଯୋଗୁଁ ଭାଙ୍ଗିଗଲା ଯୁବତୀଙ୍କ ସ୍ବପ୍ନ। ଥାନାରେ ଅଭିଯୋଗ ପରେ ତଥାକଥିତ ପ୍ରେମିକକୁ ପୁଲିସ ଗିରଫ କରିଛି।

ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଜଣେ ଯୁବତୀଙ୍କର ଜଣେ ଯୁବକଙ୍କ ସହ ଆଜି ବିବାହ ନେଇ ସ୍ଥିର ହୋଇଥିଲା। ଏଥିପାଇଁ ଉଭୟ ପରିବାର ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିଲା। ଏହି ଯୁବତୀଙ୍କର ଏକ ନଗ୍ନ ଭିଡିଓ ତାଙ୍କ ଭାବିସ୍ବାମୀଙ୍କ ହାତରେ ପଡ଼ିଲା। ଯୁବତୀଙ୍କ ସହ ପ୍ରେମସଂପର୍କ ରଖିଥିବା ଜଣେ ଯୁବକ ଉକ୍ତ ନଗ୍ନ ଭିଡ଼ିଓ ତାଙ୍କୁ ଦେଖାଇଥିଲେ।ଫଳରେ ଯୁବତୀଙ୍କ ବିବାହ ଭାଙ୍ଗିଯାଇଛି।

ଯୁବତୀଙ୍କ ପରିବାର ସଦସ୍ୟ ଏ ସଂପର୍କରେ ଥାନାରେ ଅଭି‌ଯୋଗ କରିଥିଲେ। ପରେ ପୁଲିସ ମାମଲା ଏନେଇ ମାମଲା ରୁଜୁକରିବା ସହ ଭିଡିଓ ଦେଖାଇଥିବା ଯୁବକକୁ ଗିରଫ କରିଛି।