Odisha Link
Bridging the Missing Links in Odisha

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ଦେଶରେ କିଛିଦିନ ହେଲା ଲଗାତାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ପୁଣି ତୈଳ ଦର ବଢିଛି। ସରକାରୀ ତେଲ କମ୍ପାନୀମାନେ ଘରୋଇ ବଜାରରେ ତୈଳ ଦର ବୃଦ୍ଧି କରିଛନ୍ତି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ଲିଟର ପିଛା ୧୮ ପଇସା ବୃଦ୍ଧି କରାଯାଇଛି।

ରାଜଧାନୀ ଭୁବନେଶ୍ବରରେ ଆଜି ପେଟ୍ରୋଲ ୩୫ ପଇସା ଏବଂ ଡିଜେଲ ୨୦ ପଇସା ବୃଦ୍ଧି ପାଇଛି। ପୂର୍ବରୁ ଶତକ ମାରିଥିବା ପେଟ୍ରୋଲର ଆଜିର ଦର ରହିଛି ୧୦୦.୩୦ ଟଙ୍କା ପ୍ରତିଲିଟର ଏବଂ ଡିଜେଲ ଦର ଲିଟର ପିଛା ୯୭.୩୯ ଟଙ୍କା ରହିଛି।

ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୯୯.୫୧ ଟଙ୍କା ଥିବା ବେଳେ ଡିଜେଲ ଦର ୮୯.୩୬ ଟଙ୍କା ରହିଛି। ସେହିଭଳି ଚେନ୍ନାଇରେ ପେଟ୍ରୋଲ ୧୦୦.୪୪ ଏବଂ ଡିଜେଲ ୯୩.୯୧ ଟଙ୍କା ରହିଥିବା ବେଳେ କୋଲକାତାରେ ଆଜି ପେଟ୍ରୋଲ ଦର ୯୯.୪୫ ଏବଂ ଡିଜେଲ ୯୨.୨୭ ଟଙ୍କା ରହିଛି।

ଗତକାଲି ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିଥିଲା। ଯାହା ଫଳରେ ଦର ସ୍ଥିର ରହିଥିଲା। ତେବେ ଜୁଲାଇ ୨ ତାରିଖରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧିପାଇଥିଲା ଏବଂ ଡିଜେଲ ଦର ସ୍ଥିର ଥିଲା। ବିଦେଶୀ ମୁଦ୍ରା ମୂଲ୍ୟ ଏବଂ ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ୍ ଅଏଲ ଦର ଆଧାରରେ ଦେଶରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜଲେ ଦର ନିର୍ଦ୍ଧାରଣ ହୋଇଥାଏ।