Odisha Link
Bridging the Missing Links in Odisha

ଫିଲିପାଇନ୍ସରେ ବିମାନ ଦୁର୍ଘଟଣା, ୧୭ ମୃତ

ଫିଲିପାଇନ୍ସ: ଫିଲିପାଇନ୍ସରେ ଏକ ବଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦକ୍ଷିଣ ଫିଲିପାଇନ୍ସ ଅବତରଣ କରିବା ସମୟରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ଦୁର୍ଘଟଣାରେ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ଦୁର୍ଘଟଣା ଘଟିବା ସମୟରେ ବିମାନରେ ୮୫ଜଣ ଥିଲେ। ଏନେଇ ସୂଚନା ଦେଇଛନ୍ତି ଫିଲିଫାଇନ୍ସ ସାମରିକ ମୁଖ୍ୟ ସିରିଲିଟୋ ସୋବେଜନା।ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ଘଟଣାସ୍ଥଳରୁ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଓ ନିଖୋଜଙ୍କ ଖୋଜ ଜାରି ରହିଛି।

ସୂଚନା ଅନୁସାରେ, ଫିଲିଫାଇନ୍ସ ବାୟୁସେନା ପିଏଏଫର ଏକ ସି-୧୩୦ ବିମାନରେ ୮୫ଜଣ ଆଜି ସକାଳୁ ଯାତ୍ରା କରିଥିଲା। ତେବେ ବିମାନଟି ଅବତରଣ ସମୟରେ ପାଟିକୁଲ ସୁଲୁ ଦ୍ୱୀପ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଜିଲୋ ଦ୍ୱୀପରେ ଅବତରଣ କରୁଥିବା ସମୟରେ ବିମାନରେ ନିଆଁ ଲାଗିଯାଇଥିଲା। ବିମାନଟି ତଳେ ପଡିବା ସହ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଥିଲା। ଦୁର୍ଘଟଣାରେ କିଭଳି ନିଆଁ ଲାଗିଲା ଏହାର କାରଣ ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.