Odisha Link
Bridging the Missing Links in Odisha

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର। ଦେଶରେ ଲଗାତାର ଅହେତୁକ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। କରୋନା ମହାମାରୀ ସମୟରେ ତୈଳ ଦର ବୃଦ୍ଧି ସାଧାରଣଙ୍କ ଉପରେ ପ୍ରଭାବ ପକାଉଛି। ସୋମବାର ଦେଶରେ ପେଟ୍ରୋଲ ୩୫ ପଇସା ବୃଦ୍ଧି ଘଟିଥିବା ବେଳେ ଡିଜେଲ ଦରରେ କୌଣସି ପରିବରର୍ତ୍ତନ ଘଟିନାହିଁ।

ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସୋମବାର ପେଟ୍ରୋଲ ଦର ବୃଦ୍ଧି ପାଇଛି। ଭୁବନେଶ୍ବରରେ ଆଜି ପେଟ୍ରୋଲ ଦର ୩୬ ପଇସା ବୃଦ୍ଧି ଘଟି ୧୦୦.୬୬ ଟଙ୍କା ପ୍ରତି ଲିଟର ପହଞ୍ଚିଛି। କିନ୍ତୁ ଡିଜେଲ ଦର ଅପରିବର୍ତ୍ତିତ ୯୭.୩୯ ଟଙ୍କା ପ୍ରତି ଲିଟର ରହିଛି। ଗତକାଲି ଅର୍ଥାତ ରବିବାର ମଧ୍ୟ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଥିଲା । ରବିବାର ପେଟ୍ରୋଲ ୩୫ ପିଇସା ଏବଂ ଡିଜେଲ ୨୦ ପିଇସା ବୃଦ୍ଧି ଘଟିଥିଲା।

ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୯୯.୮୬ ଟଙ୍କା ରହିଥିବା ବେଳେ ଡିଜେଲ ଦର ରହିଛି ୮୯.୩୬ ଟଙ୍କା। ଏହା ପୂର୍ବରୁ ରବିବାର ଦିନ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଥିଲା।ମୁମ୍ବାଇାରେ ସୋମାବର ପେଟ୍ରୋଲ ଦର ୧୦୫.୯୨ ଟଙ୍କା ଥିବା ବେଳେ ଡିଜେଲ ଦର ରହିଛି ୯୬.୯୧ ଟଙ୍କା ରହିଛି।

ପେଟ୍ରୋଲ ୧୦୦.୭୫ ଟଙ୍କା ଓ ଡିଜେଲ ୯୩.୯୧ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ ଦର ୯୯.୮୪ ଟଙ୍କା ପ୍ରତି ଲିଟର ରହିଥିବା ବେଳେ ଡିଜେଲ ଦାର ୯୨.୨୭ ଟଙ୍କା ପ୍ରତିଲିଟର ରହିଛି।

ଦେଶରେ ସରକାରୀ ତେଲ କମ୍ପାନୀ ଗୁଡିକ ଜୁଲାଇ ୪ ତାରିଖରେ ପେଟ୍ରୋଲ ୩୫ ପିଇସା ଏବଂ ଡିଜେଲ ୧୮ ପିଇସା ପ୍ରତିଲିଟର ବୃଦ୍ଧି କରିଥିଲେ। ଏହା ପୂର୍ବରୁ ଜୁଲାଇ ୨ ତାରିଖରେ ମଧ୍ୟ ପେଟ୍ରୋଲ ୩୫ ପଇସା ବୃଦ୍ଧି ପାଇଥିଲା। ଗତ ୨ ମାସ ମଧ୍ୟରେ ପେଟ୍ରୋଲ ୩୪ ଥର ଏବଂ ଡିଜେଲ ଦର ୩୩ ଥର ବୃଦ୍ଧି ପାଇଲାଣି। ଏହା ସହିତ ଦେଶରେ ତୈଳ ଦର ଐତିହାସିକ ସ୍ତରରେ ପହଞ୍ଚିଲାଣି।

Leave A Reply

Your email address will not be published.