Odisha Link
Bridging the Missing Links in Odisha

୨୦୨୨ ଶିକ୍ଷାବର୍ଷ ପାଇଁ ନୂଆ ନିୟମ ଘୋଷଣା କଲା ସିବିଏସ୍ଇ

ନୂଆଦିଲ୍ଲୀ: ମହାମାରୀ କରୋନା ଭିତରେ ବୋର୍ଡ ପରୀକ୍ଷାକୁ ନେଇ ଗତ ୨ ବର୍ଷ ହେଲା ଜାରି ରହିଥିବା ଅନିଶ୍ଚିତତା ମଧ୍ୟରେ ବଡ଼ ଘୋଷଣା କରିଛି ସିବିଏସ୍‌ଇ। ୨୦୨୨ ଶିକ୍ଷାବର୍ଷ ପାଇଁ ବୋର୍ଡ ପରୀକ୍ଷା ନିୟମରେ ସିବିଏସ୍‌ଇ ପକ୍ଷରୁ ପରିବର୍ତ୍ତନ କରାଯାଇଛି।

୨୦୨୧-୨୨ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନେ ଦୁଇଟି ବୋର୍ଡ ପରୀକ୍ଷା ଦେବେ। ଏହା ଟର୍ମ-୧ ଓ ଟର୍ମ-୨ ବୋର୍ଡ ପରୀକ୍ଷା ଭାବେ ନାମିତ ହେବ। ମୋଟ ସିଲାବସ୍‌ର ୫୦% ଲେଖାଏ ପାଠକୁ ନେଇ ଦୁଇଟି ପରୀକ୍ଷା ହେବ। ଦୁଇଟି ଯାକ ପରୀକ୍ଷାର ମାର୍କକୁ ମିଶାଇ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ କରାଯିବ। ଉଭୟ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ନିୟମ ଲାଗୁ ହେବ।

ସୂଚନା ଅନୁସାରେ, ଏହି ଟର୍ମ ପରୀକ୍ଷା ଗୁଡ଼ିକର ସମୟ ସୀମା ୯୦ ମିନିଟ୍‌ର ରହିବ। ସିବିଏସ୍‌ଇ ପ୍ରଶପତ୍ନ ସହ ମାର୍କଂ ପଦ୍ଧତି ସ୍କୁଲଗୁଡ଼ିକୁ ପଠାଇବ। ପରୀକ୍ଷା ଏକ୍ସଟରନାଲ ସୁପରିନଟେଣ୍ଡଣ୍ଟ ଓ ସିବିଏସ୍‌ଇ ଦ୍ୱାରା ନିୟୁକ୍ତ ନୀରକ୍ଷକଙ୍କ ତତ୍ତ୍ୱାବଧାନରେ ସମ୍ପାଦନ ହେବ।

ଟର୍ମ-୧ ପରୀକ୍ଷା ନଭେମ୍ବର-ଡିସେମ୍ବରରେ ଓ ଟର୍ମ-୨ ପରୀକ୍ଷା ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ହେବ। ପ୍ରତି ୫୦% ସିଲାବସ୍‌ ଶେଷ ହେବା ପରେ ଟର୍ମ ପରୀକ୍ଷା ହେବ। ବୋର୍ଡ ପକ୍ଷରୁ ମାର୍ଚ୍ଚ ମାସରେ ଜାରି କରାଯାଇଥିବା ସଂକ୍ଷିପ୍ତ ସିଲାବସ୍‌ ଅନୁସାରେ ପାଠପଢ଼ା ହେବ। ସେହି ଅନୁସାରେ ଦୁଇଟି ଯାକ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ।

Leave A Reply

Your email address will not be published.