Odisha Link
Bridging the Missing Links in Odisha

ରାଜ୍ୟରେ କରୋନା ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। ଏଥିରେ ଅଛନ୍ତି କୋଲକାତା ଜନସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଶିବାନୀ ଦତ୍ତ। ତାଙ୍କ ସହ ଭୁବନେଶ୍ୱର ଏମ୍ସରୁ ଯୋଗ ଦେବେ ଡାକ୍ତର ପ୍ରଶାନ୍ତ ରାଘବ ମହାପାତ୍ର। କେନ୍ଦ୍ରୀୟ ଟିମ୍ ରାଜ୍ୟରେ କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବେ।

 ଏହି ବୈଠକରେ କେନ୍ଦ୍ରୀୟ ଟିମ୍ ପାଖରେ ସାମଗ୍ରିକ ରିପୋର୍ଟ ରଖିବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ପ୍ରାଥମିକ ଆଲୋଚନା ପରେ ସଂକ୍ରମଣ କମୁନଥିବା ଜିଲ୍ଲାଗୁଡ଼ିକୁ ଯାଇ କେନ୍ଦ୍ରୀୟ ଟିମ୍ ସ୍ଥିତି ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି।

ବିଶେଷ କରି ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ମୟୂରଭଂଜ ଜିଲ୍ଲା ଫୋକସରେ ରହିଛି। ଏହି ଜିଲ୍ଲାଗୁଡ଼ିକରେ କାହିଁକି ସଂକ୍ରମଣ କମୁନାହିଁ ସେ ନେଇ ଅନୁଧ୍ୟାନ କରିପାରନ୍ତି।