Odisha Link
Bridging the Missing Links in Odisha

ସୁସ୍ଥ ହେଉଛନ୍ତି ଶ୍ରୀଜିଉ, ଆଜି ଲାଗି ହେବ ଦଶମୂଳ ମୋଦକ

ପୁରୀ: ସ୍ନାନ ପୂର୍ଣ୍ଣିମା ପରଠୁ ଅସୁସ୍ଥ ହୋଇଥିଲେ ଶ୍ରୀଜିଉ। ଏବେ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି ମହାବାହୁ। ଗତକାଲି ଚକାବିଜେ କରିଥିଲେ ଶ୍ରୀଜିଉ। ଆଜି ଅନଵସରର ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଲାଗି ହେବ ଦଶମୂଳ ମୋଦକ। ଏହି ସେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ୮ ଜଣ ବୈଦ୍ୟଙ୍କୁ ନିୟୋଜିତ କରିଛନ୍ତି। ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ମୋଦକାଦି ଔଷଧି ଲାଗି କରାଯିବ।

ଗତକାଲି ବିଳମ୍ୱିତ ରାତିରେ ମହାପ୍ରଭୁ ସୁସ୍ଥ ହୋଇ ଚକା ଉପରେ ବିଜେ ହୋଇଛନ୍ତି। ଅଣସର ବାସର ଚକା ବିଜେ ବିଧିକୁ ଅତି ଗୋପନୀୟତାର ସହ ସମ୍ପନ୍ନ କରିଥିଲେ ଦଇତାପତି ସେବାୟତ। ଦଇତାପତି ସେବକ କହିଛନ୍ତି ଓଷ ଲାଗି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି।

ସୁସ୍ଥ ହେବା ପରେ ରବିବାର ରାତିରେ ମହାପ୍ରଭୁ ଚକା ବିଜେ ହୋଇ ବସିଛନ୍ତି। ଦ୍ୱାଦଶୀ ତିଥିରେ ରାଜପ୍ରସାଦ ବିଜେ ନୀତି ସମ୍ପାଦନ କରାଯିବାକୁ ଗୋପନ ନୀତିର ପରମ୍ପରା ଚଳି ଆସୁଛି। ଏହି ପର୍ଯ୍ୟାୟରେ ସୁଦ୍ଧ ସୁଆରଙ୍କ ବାସଭବନରୁ ଶ୍ରୀମନ୍ଦିରକୁ ଖଳି ବିଜେ ହେବ। ଏହା ପରେ ପରେ ପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର ସେବକ ଦତ୍ତମହାପାତ୍ର ସେବାରେ ହାଜର ହେବେ। ଏହି ସବୁ ଉପଚାର ପରେ ଶ୍ରୀବିଗ୍ରହଙ୍କ ନବଯୌବନ ପ୍ରାପ୍ତି ଓ ନେତ୍ରୋତ୍ସବ ନୀତିର ବିଧି ପାଳନ ହେବ।

Leave A Reply

Your email address will not be published.