Odisha Link
Bridging the Missing Links in Odisha

ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରିବାକୁ ଚିଠି

ପୁରୀ: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କରୋନା କଟକଣା ଓ ବିନା ଭକ୍ତରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଚଳିତବର୍ଷ ଜୁଲାଇ ୧୨ ତାରିଖରେ ହେବ ଘୋଷଯାତ୍ରା। ଏସୁବ ମଧ୍ୟରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରିବାକୁ ପିଏମ୍‌ ମୋଦୀ ଓ ଗୃହ ମନ୍ତ୍ରଣାଳୟକୁ ନିବେଦନ କରିଛନ୍ତି ପୁରୀର ଉମାକାନ୍ତ ବେହେରା।

ପୁରୀ ହରଚଣ୍ଡୀ ସାହିର ବ୍ୟାଙ୍କ କର୍ମଚାରୀ ଉମାକାନ୍ତ ବେହେରା ଏକ ଚିଠି ଲେଖି ନିବେଦନ କରିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରଥଯାତ୍ରା ଦେଖିବା ନିମନ୍ତେ ସମଗ୍ର ଦେଶର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଶା ରଖିଥାନ୍ତି। ହେଲେ ସରକାରୀ ଛୁଟି ନମିଳିବାରୁ ଏହି ବିଶ୍ବ ପ୍ରସିଦ୍ଧ ପର୍ବକୁ ଦେଖିବାକୁ ଆସିପାରୁ ନାହାନ୍ତି। ଟେଲିଭିଜନରେ ରଥଯାତ୍ରାର ସିଧାପ୍ରସାରଣ ଦେଖିବାକୁ ମିଳୁଥିବା ବେଳେ ସମସ୍ତ ଲୋକଙ୍କ ପାଇଁ ଏହା ସମ୍ଭବପର ନାହିଁ। ଅନେକ ପର୍ବକୁ ସରକାର ଛୁଟି ଘୋଷଣା କରିଥିବା ବେଳେ ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଛୁଟି ଘୋଷଣା କରିବାକୁ ସେ ନିବେଦନ କରିଛନ୍ତି।

ଶ୍ରୀ ବେହେରାଙ୍କ ଚିଠି ଏବେ ସବୁଠି ଚର୍ଚ୍ଚାରେ। ସୂଚନାଯୋଗ୍ୟ, ଜୁଲାଇ ୧୨ ତାରିଖରେ ହେବ ପବିତ୍ର ଘୋଷ ଯାତ୍ରା। ଯେଉଁଥିପାଇଁ ଶେଷ ପର୍ଯ୍ୟାୟର ପହଁଞ୍ଚିଛି ରଥ ନିର୍ମାଣ କାମ।

Leave A Reply

Your email address will not be published.