Odisha Link
Bridging the Missing Links in Odisha

ମା’ ଓ ସ୍ତ୍ରୀଙ୍କଠୁ ମାଡ଼ ଖାଇଲେ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ନୂଆ କରି କମେଣ୍ଟ୍ରିଂ ଦୁନିଆରେ ପାଦ ଥାପିଛନ୍ତି ଟିମ୍‌ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଦିନେଶ କାର୍ତ୍ତିକ। ଭାଷ୍ୟକାର ଭାବେ ସେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ରେ ପଦାର୍ପଣ କରିଥିଲେ। ଏଥିସହିତ ସମସ୍ତ କ୍ରୀଡ଼ାପ୍ରେମୀଙ୍କ ମନ ଜିଣିବାରେ ମଧ୍ୟ ସଫଳ ହୋଇଥିଲେ। ହେଲେ ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଦିନେଶ କାର୍ତ୍ତିକ କମେଣ୍ଟ୍ରିଂ କରିବା ସମୟରେ ଏଭଳି କିଛି କହିଥିଲେ ଯାହାକୁ ନେଇ ଚର୍ଚ୍ଚା ଜୋରଦାର ଲାଗି ରହିଥିଲା। ଏବେ ସେଥିପାଇଁ କ୍ଷମା ମାଗିଛନ୍ତି କାର୍ତ୍ତିକ।

ସୂଚନାଯୋଗ୍ୟ, ରବିବାର ଖେଳ ହେଉଥିବା ତୃତୀୟ ଦିନିକିଆରେ ଦିନେଶ କାର୍ତ୍ତିକ କମେଣ୍ଟ୍ରିଂ କରିବା ସମୟରେ କ୍ରୀଡା ପ୍ରେମୀଙ୍କୁ ଭୁଲ୍‌ ମାଗିଛନ୍ତି। ପୂର୍ବ ମ୍ୟାଚରେ ଯାହାବି କହିଛି ସେଥିପାଇଁ ମୁଁ କ୍ଷମା ମାଗୁଛି। ମୁଁ ଜାଣିଶୁଣି କିଛି କହିନଥିଲି। ତାହା କହିବା ଆଦୌ ଠିକ୍‌ ନୁହେଁ ବୋଲି କାର୍ତ୍ତିକ କହିଛନ୍ତି। ଏଥିସହିତ ସେ ଆହୁରି କହିଛନ୍ତି ଯେ, ଘରକୁ ଗଲା ପରେ ପତ୍ନୀ ଓ ମାଙ୍କଠୁ ବାଡ଼ିରେ ମାଡ଼ ଖାଇଛି। ଏଭଳି ଭୁଲ୍‌ ଆଉ କେବେ କରିବି ନାହିଁ ବୋଲି କାର୍ତ୍ତିକ କହିଛନ୍ତି।

ସୂଚନାଥାଉକି, ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ୨ୟ ଦିନିକିଆରେ କମେଣ୍ଟ୍ରିଂ କରୁଥିଲେ ଦିନେଶ କାର୍ତ୍ତିକ। ସେ କହିଥିଲେ ଯେ, ଅଧିକରୁ ଅଧିକ ବ୍ୟାଟସମ୍ୟାନ୍‌ଙ୍କୁ ନିଜ ବ୍ୟାଟ ପସନ୍ଦ ଆସିନଥାଏ। ସେମାନଙ୍କୁ ସର୍ବଦା ଅଲଗା ଜଣଙ୍କର ବ୍ୟାଟ୍‌ ପସନ୍ଦ ଆସିଥାଏ। ବ୍ୟାଟ ପଡ଼ୋଶୀଙ୍କ ସ୍ତ୍ରୀ ଭଳି ହୋଇଥାଏ ବୋଲି କହିଥିଲେ କାର୍ତ୍ତିକ। ଏହାପରେ କାର୍ତ୍ତିକଙ୍କ ଏଭଳି ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା।

Leave A Reply

Your email address will not be published.