Odisha Link
Bridging the Missing Links in Odisha

ଭୀମଟାଙ୍ଗୀ ହତ୍ୟାକାଣ୍ଡରେ ଟ୍ୱିଷ୍ଟ: ହତ୍ୟାକାରୀ କରିଥିଲା ଭିଡିଓ କଲ୍

ଭୁବନେଶ୍ବର: ରାଜଧାନୀ ଭୀମଟାଙ୍ଗୀ ହତ୍ୟାକାଣ୍ଡ ନୂଆ ଟ୍ୱିଷ୍ଟ। ପୁଲିସର ତଥ୍ୟ ମୁତାବକ ହତ୍ୟାକାରୀ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଭିଡିଓ କଲ କରିଥିଲା। ଏକ ଅଜଣା ନମ୍ବରରୁ ରାକେଶଙ୍କ ହ୍ୱାଟ୍ସଆପକୁ ଭିଡିଓ କଲ ଆସିଥିଲା। ଭିଡିଓ କଲରେ ଦେଖିଥିଲେ ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ଶରୀର। ଆଉ ଫୋନ କଲ ପାଇବା ପରେ ଘର ମାଲିକଙ୍କୁ ଅବଗତ କରାଇଥିଲେ।

ଘର ମାଲିକ ତଳକୁ ଗଲା ବେଳକୁ ଘର ଭିତରୁ ଲକ ଥିଲା। ଘର କବାଟ ଭାଙ୍ଗି ଭିତରକୁ ଯାଇ ଦେଖିଲା ବେଳକୁ ରାକେଶଙ୍କ ସ୍ତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ।

ଏହାପରେ ଦିନ ୧୨ଟା ୨୫ରେ ମହିଳାଙ୍କ ସ୍ୱାମୀ ଥାନାକୁ ଫୋନ କରିଥିଲେ। ତାଙ୍କ ସ୍ତ୍ରୀକୁ କେହି ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ କରିଥିଲେ। ମୃତଦେହ ପାଖରେ ଜଣେ ଯୁବକ ଅଚେତ ହୋଇ ପଡିଥିବା ଜଣାଇଥିଲେ। ଆଉ ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଆଜି ଭୀମଟାଙ୍ଗିସ୍ଥିତ ହାଉସିଂ ବୋର୍ଡ଼ କଲୋନୀରୁ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା। ଆଉ ଜଣେ ଆହତ ବ୍ୟକ୍ତିଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତେବେ ମହିଳାଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ।

Leave A Reply

Your email address will not be published.