Odisha Link
Bridging the Missing Links in Odisha

ଟିକାକରଣରେ ରେକର୍ଡ କଲା ଓଡ଼ିଶା

ଭୁବନେଶ୍ୱର: ଟିକାକରଣରେ ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା। ସୋମବାର ରାଜ୍ୟରେ ୪ଲକ୍ଷ ଅତିକ୍ରମ କରିଛି ଟିକାକରଣ ସଂଖ୍ୟା। ସୋମବାର ସମୁଦାୟ ୧୭୩୫ଟି କେନ୍ଦ୍ରରେ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକାକରଣରେ ସାମିଲ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୫ ଲକ୍ଷ ଡୋଜର ଟିକା ପ୍ରଦାନ ସରିଛି। ଏହା ମଧ୍ୟରୁ ୧ କୋଟି ୨ଲକ୍ଷ ୧୧୪୦ ଜଣଙ୍କୁ ପ୍ରଥମ ଡୋଜର ଟିକା ପ୍ରଦାନ କରାଯାଇଥିବା ବେଳେ ୨୩ ଲକ୍ଷ ୬୧ ହଜାର ୨୬୫ ଜଣଙ୍କୁ ଦୁଇଟି ଡୋଜର ଟିକା ଦିଆ ଯାଇସାରିଛି।

ଏଥିସହ ଆସନ୍ତାକାଲି ରାଜ୍ୟର ୧୪୮୮ କେନ୍ଦ୍ରରେ ଟିକା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ରାଜ୍ୟର ଏହି କୃତିତ୍ୱ ପାଇଁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ।

Leave A Reply

Your email address will not be published.