Odisha Link
Bridging the Missing Links in Odisha

ଆଇସକ୍ରିମ୍‌ କାଠିରେ ନନ୍ଦିଘୋଷ ରଥ

ପୁରୀ: ପାଖେଇ ଆସୁଛି ଘୋଷଯାତ୍ରା। ଏଥିପାଇଁ ଚଳଚଞ୍ଚଳ ପୁରୀ। ବିଶ୍ବ ନୟନ୍ତା ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ମିଶି ଆସିବେ ବଡ଼ ଦାଣ୍ଡକୁ। ମହାବାହୁଙ୍କ ଏହି ଯାତକୁ ଦେଖିବା ପାଇଁ ଅନେଇ ବସିଛନ୍ତି କୋଟି କୋଟି ଶ୍ରଦ୍ଧାଳୁ।

ରଥଯାତ୍ରା ପୂର୍ବରୁ ପୁରୀ ବାସିନ୍ଦା ସୁସ୍ମିତା ମହାରଣା ଆଇସିକ୍ରିମ୍‌ କାଠିରେ କରିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଅବିକଳ ପ୍ରତିକୃତି। ଯୁକ୍ତ ତିନିରେ ପଢ଼ୁଥିବା ସୁସ୍ମିତା ଏହି ନିଆରା କଳାକୃତି ପାଇଁ ଏବେ ଚର୍ଚ୍ଚାରେ।

ଏଥିପାଇଁ ସୁସ୍ମିତାଙ୍କୁ ୭ ଦିନ ଲାଗି ଥିବା ବେଳେ ୨ ହଜାରରୁ ଅଧିକ ଆଇସି କ୍ରିମ କାଠି ଏହି କୁନି ରଥରେ ବ୍ୟବହାର ହୋଇଛି। ସବୁଠୁ ବଡ଼ କଥା ହେଉଛି ସୁସ୍ମିତା ପ୍ରତିଦିନ ରଥ ଦେଖିବା ପାଇଁ ଆସନ୍ତି। ଦେଖି ଦେଖି ଏହି ରଥ ସେ ନିର୍ମାଣ କରିଥିବା କଥା କହିଛନ୍ତି।

ମହାମାରୀ କରୋନା କାରଣରୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନାଭକ୍ତରେ ହେବ ରଥଯାତ୍ରା। ଏଥିପାଇଁ ସୁସ୍ମିତା ଆଜି ସେ ତିଆରି କରିଥିବା ରଥ ଟିକୁ ରଥ ଖଳା ନିକଟକୁ ଆଣିଥିଲେ। କଳାକୃତି ଟିକୁ ଦେଖି ଅନେକ ଲୋକ ବେଶ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.