Odisha Link
Bridging the Missing Links in Odisha

ଆଜିଠୁ ୪୩ଟି ରୁଟରେ ଗଡ଼ିଲା OSRTC ବସ୍

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଗଡ଼ିଲା ସରକାରୀ ବସ୍। ୪୩ଟି ରୁଟରେ ଚାଲିବ OSRTC ବସ୍। ଏଥିପାଇଁ ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏହି ବସ୍ ଗୁଡ଼ିକ ରାଷ୍ଟ୍ରାୟତ ନିଗମର ୧୬ଟି ଡିପୋରୁ ଯାତାୟତ କରିବ। ବସରେ ଯାତ୍ରା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କାଟେଗୋରୀ ଏ ଜିଲ୍ଲା ଗୁଡ଼ିକରେ ଆନ୍ତଃ ଜିଲ୍ଲା ସାଧାରଣ ପରିବହନ ହୋଇପାରିବ।

ବସର ସିଟ୍ ମୁତାବକ ଯାତ୍ରୀଙ୍କୁ ଅନୁମତି ମିଳିବ। କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ। ପ୍ରତିଦିନ ବସକୁ ସାନିଟାଇଜ୍ କରାଯିବ। ଏହା ସହ ଯାତ୍ରୀମାନେ କରୋନା ନିୟମକୁ ମାନିବାକୁ ଅନୁରୋଧ କରିଛନ୍ତି ଓଏସଆରଟିସି ଅଧ୍ୟକ୍ଷ।

Leave A Reply

Your email address will not be published.