Odisha Link
Bridging the Missing Links in Odisha

କୋଭିଡ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍

ଜଗତସିଂହପୁର: ଜଗତସିଂହପୁର ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ। କୋଭିଡ ପରିଚାଳନା କାମ କିପରି ଚାଲିଛି ତାର ସମୀକ୍ଷା କରିଛି କେନ୍ଦ୍ରୀୟ ଟିମ୍। କେନ୍ଦ୍ରୀୟ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଟିକାକରଣ କେନ୍ଦ୍ର, ଆଇସୋଲେସନ ସେଂଟର ତଦାରଖ କରିବା ସହ କୋଭିଡ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଦୁଇ ଜଣିଆ ପ୍ରତିନିଧି ଦଳରେ ଡକ୍ଟର ଶିବାନୀ ଦତ୍ତା ଓ ଡକ୍ଟର ପ୍ରଶାନ୍ତ ରାଘବ ମହାପାତ୍ର ଅଛନ୍ତି।

ଏହି ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଏବଂ କୋଭିଡ ପରିଚାଳନାରେ ଥିବା ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏଥି ସହିତ ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କୋଭିଡ ଟିକାକରଣ କେନ୍ଦ୍ର, ଆଇସୋଲେସନ ସେଣ୍ଟରର ତଦାରଖ କରିବା ସହ କୋଭିଡ ସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲ୍ଲାରେ କୋଭିଡ ପରିଚାଳନା ସନ୍ତୋଷଜନକ ରହିଥିବା ପ୍ରକାଶ କରିଛନ୍ତି ପ୍ରତିନିଧି ଦଳ।

Leave A Reply

Your email address will not be published.