Odisha Link
Bridging the Missing Links in Odisha

କରୋନା ମୃତକଙ୍କ ପରିଜନଙ୍କୁ ମିଳିବ ସହାୟତା ରାଶି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଆଜି ଏକ ବଡ ଘୋଷଣା କରିଛନ୍ତି। କରୋନା ମୃତକଙ୍କ ପରିଜନଙ୍କୁ ୫୦ ହଜାରର ସହାୟତା ରାଶି ପ୍ରଦାନ କରିବେ ଦିଲ୍ଲୀ ସରକାର। ଆର୍ଥିକ ସହାୟତା ଘୋଷଣା କରି କେଜରିଓ୍ୱାଲ କହିଛନ୍ତି, ଯେଉଁମାନଙ୍କର କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ଘରକୁ ସରକାରଙ୍କ ତରଫରୁ କର୍ମଚାରୀ ଯିବେ ଏବଂ ସେମାନଙ୍କୁ ସହାୟତା ରାଶି ପ୍ରଦାନ କରିବେ।

କେଜରିଓ୍ୱାଲ ଆଉ ୨ଟି ବଡ ଘୋଷଣା କରିଛନ୍ତି। ଯେଉମାନେ ଅନାଥ ଅର୍ଥାତ ବାପା ମାଆ ଛେଉଣ୍ଡ ହୋଇଯାଇଛନ୍ତି ତାଙ୍କୁ ୨୫ ବର୍ଷ ହେବା ଯାଏଁ ପ୍ରତିମାସରେ ସରକାର ୨୫୦୦ ହଜାର ଲେଖାଏଁ ପ୍ରଦାନ କରାଯିବ। କରୋନାରେ ଯେଉଁମାନେ ଟଙ୍କା ରୋଜଗାର କରି ନିଜ ପରିବାର ଚଳାଉଥିଲେ ସେମାନଙ୍କୁ ମଧ୍ୟ ପ୍ରତି ମାସରେ କିଛି ପରିମାଣ ସହାୟତା ଦିଆଯିବ। ତେବେ ଏଭଳି ଲୋକଙ୍କ ପରିବାରକୁ କେତେ ରାଶି ଦିଆଯିବ ବୋଲି ସେ ସ୍ପଷ୍ଟ କରିନାହାଁନ୍ତି।

ଏହି ଘୋଷଣା କରିବାବେଳେ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ କାଗଜପତ୍ର ଯାଞ୍ଚ କରିବାକୁ ଯିବେ ସେମାନେ କାଗଜପତ୍ରରେ କୌଣସି ମାର୍କ ରଖିବା ଉଚିତ ନୁହେଁ। କାରଣ କରୋନା ମୃତ୍ୟୁ ହେତୁ ସମ୍ପର୍କୀୟମାନେ ପୂର୍ବରୁ ଦୁଃଖିତ ଅଛନ୍ତି। ଏପରି ସମୟରେ କାଗଜପତ୍ରରେ ଟିପ୍ସ ବାହାର କରି ସେମାନଙ୍କୁ ଅଧିକ ବିବ୍ରତ କରାଯିବା ଉଚିତ୍ ନୁହେଁ।

Leave A Reply

Your email address will not be published.