Odisha Link
Bridging the Missing Links in Odisha

ଭୁବନେଶ୍ବର AIIMSରେ ହେବ ଅଗ୍ନିଶମ କେନ୍ଦ୍ର, ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ

ଭୁବନେଶ୍ବର: ଭୁବନେଶ୍ବର AIIMSରେ ହେବ ଅଗ୍ନିଶମ ସେବା କେନ୍ଦ୍ର। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏହି କେନ୍ଦ୍ରରେ ଜଣେ ଷ୍ଟେସନ ଅଫିସରଙ୍କ ସମେତ ୧୦ ଜଣ କର୍ମଚାରୀ ରହିବେ। ଏଥିପାଇଁ ୧୦ଟି ନୂଆ ପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର।

AIIMS ପରି ଏକ ସର୍ବଭାରତୀୟ ଚିକିତ୍ସା ପ୍ରତିଷ୍ଠାନର ଅଗ୍ନି ନିରାପତ୍ତାକୁ ସୁଦୃଢ଼ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଏସିବି ମେଡିକାଲ କଲେଜ, ଏମକେସିଜେ ମେଡିକାଲ କଲେଜ ବ୍ରହ୍ମପୁର ଓ ଭିମସାର ବୁର୍ଲାରେ ଗୋଟିଏ ଗୋଟିଏ ଅଗ୍ନିଶମ ସେବା କେନ୍ଦ୍ର ରହିଛି । ସାରା ରାଜ୍ୟରେ ବର୍ତ୍ତମାନ ୩୩୮ଟି ଅଗ୍ନିଶମ ସେବା କେନ୍ଦ୍ର ବିପଦ ସମୟରେ ଲୋକଙ୍କୁ ସହାୟତ ଯୋଗାଉଛି ।