Odisha Link
Bridging the Missing Links in Odisha

ଆଜି ଶ୍ରୀନଅରକୁ ରାଜପ୍ରସାଦ ବିଜେ ନୀତି

ପୁରୀ: ଆଜି ପବିତ୍ର ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିର ସକାଳ ଧୂପ ଓ ଭୋଗମଣ୍ଡପ ନୀତି ପରେ ରାଜପ୍ରସାଦ ବିଜେ ନୀତି ହେବ। ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ନେଇ ରାଜ ନହରକୁ ଶ୍ରୀ ଅଙ୍ଗ ଲାଗି ପ୍ରସାଦ ବିଜେ କରାଇବେ ସେବାୟତ। ଶ୍ରୀବିଗ୍ରହ ମାନଙ୍କ ସୁସ୍ଥ ହେବାର ଖବର ଗଜପତିଙ୍କୁ ଜଣାଇବା ସହ ପ୍ରଥମ ଆଦ୍ୟ ସେବକଙ୍କୁ ମହାପ୍ରଭୁଙ୍କ ଅଣବସରର ସ୍ୱତନ୍ତ୍ର ପ୍ରସାଦ ପ୍ରଥମ କରି ଭେଟି ଦିଆଯିବ।

ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପୀଡିତ ଥିଲେ ଶ୍ରୀଜିଉ। ଶ୍ରୀବୈଦ୍ୟଙ୍କ ଦ୍ୱାରା ପ୍ରଦତ୍ତ ଦଶମୂଳ ଔଷଧ ଲାଗି କରାଯାଇଥିଲା। ମହାପ୍ରଭୁ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ନିମନ୍ତେ ଦଇତାପତି ଓ ବିଦ୍ୟାପତିମାନେ ଶ୍ରୀଜିଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ବିଜେ କରିବେ।

ସେପଟେ ପୁରୀ ବଡ଼ଦାଣ୍ଡରେ ତିନିରଥ ସମ୍ପୂର୍ଣ୍ଣପ୍ରାୟ। ତିନି ରଥରେ ପାର୍ଶ୍ୱ ଦେବଦେବୀ ଓ କଳସ ଖଞ୍ଜା ଯାଇଛି। ନିର୍ମାଣ ଚାଲିଛି ବେଦୀ ଓ ସିଂହାସନ। ୧୨ ତାରିଖରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥଯାତ୍ରା।

Leave A Reply

Your email address will not be published.