Odisha Link
Bridging the Missing Links in Odisha

ପୁରୀ ଛଡା ଅନ୍ୟ କେଉଁଠି ହେବନି ରଥଯାତ୍ରା: ସୁପ୍ରିମକୋର୍ଟ

ପୁରୀ: ପୁରୀ ଛଡା ଅନ୍ୟ କେଉଁଠି ରଥଯାତ୍ରା ଆୟୋଜନ ହୋଇପାରିବ ନାହିଁ। ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆଜି ଏହାର ଶୁଣାଣି କରିଛନ୍ତି। CJI ଏନ୍.ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରି ଏହି ରାୟ ଦେଇଛନ୍ତି।

କେନ୍ଦ୍ରାପଡ଼ା, ନୀଳଗିରି, ଭଟ୍‌ଲିରେ ରଥଯାତ୍ରା ପାଇଁ ଆବେଦନ ହୋଇଥିଲା। ଆବେଦନ ଖାରଜ ଅବସରରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ମୁଖ୍ୟ ବିଚାରପତି କହିଥିଲେ, ଏମିତି କରିବାକୁ ମୋତେ ଭଲ ଲାଗୁନି। ଆସନ୍ତା ବର୍ଷ ଭଗବାନ ରଥଯାତ୍ରା ପାଇଁ ଅନୁମତି ଦେବେ ବୋଲି ଆଶା କରୁଛୁ।

ରଥଯାତ୍ରା ସମୟରେ ଛାତ ଉପରୁ ରଥଯାତ୍ରା ଦେଖିପାରିବେନି ଲୋକେ। ଏନେଇ ସ୍ପଷ୍ଟ ସୂଚନା ରଖିଛି ଜିଲ୍ଲା ପ୍ରଶାସନ। ରଥଯାତ୍ରା ବେଳେ ୧୪୪ ଧାରା ଲାଗିବ। ବଡ଼ଦାଣ୍ଡରେ ଥିବା ହୋଟେଲ, ଲଜ୍‌ ଏବଂ ଧର୍ମଶାଳାକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରାଯିବ। ୨୦୦ରୁ ଅଧିକ ଘର ଓ ୪୧ଟି ହୋଟେଲ, ଲଜ୍‌ ରହିଛି। ରଥଯାତ୍ରାରେ ଛାତ ଉପରେ କେହି ଯେପରି ଯିବେନି ସେନେଇ କଡ଼ା ନିୟମ ଲାଗୁ କରାଯିବ।

ବିନା ଭକ୍ତରେ ପୁରୀରେ ହେବ ରଥଯାତ୍ରା। ଗତବର୍ଷ ଭଳି ଏଥର ବି ଯେମିତି ସୀମିତ ସଂଖ୍ୟକ ସେବାୟତ ରଥ ଉପରେ ରହିବେ ସେନେଇ ନିଷ୍ପତ୍ତି ନିଆଯାଇଛି। ପୁରୀ ବାହାରର କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ ନାହିଁ। ରେଳ ଓ ବସ୍‌ ଚଳାଚଳ ସହ ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲ ଓ ଲଜିଂ ଖାଲି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.